ନୂଆଦିଲ୍ଲୀ, ୨ା୧: ନୂତନ ବର୍ଷର ପ୍ରଥମ ଦିନରେ ଭାରତରେ ଭୂମିଷ୍ଠ ହୋଇଛନ୍ତି ୬୦ ହଜାର ଶିଶୁ। ନବବର୍ଷ ପହିଲାରେ ବିଶ୍ୱରେ ୩ ଲକ୍ଷ ୭୧ ହଜାର ଶିଶୁ ଜନ୍ମ ନେବେ ବୋଲି ୟୁନିସେଫ୍ ପକ୍ଷରୁ ଆକଳନ କରାଯାଇଥିବାବେଳେ ଏହି ସଂଖ୍ୟାରେ ଭାରତ ଆଗରେ ରହିଛି। ସେହିପରି ଚାଇନାରେ ଜାନୁୟାରୀ ୧ରେ ୩୫ ହଜାର ୬୫୧ ଶିଶୁ ଜନ୍ମ ନେଇଛନ୍ତି। ତଥ୍ୟ ଅନୁଯାୟୀ, ୨୦୨୧ରେ ପ୍ରାୟ ୧୪ କୋଟି ପିଲା ଦୁନିଆ ଦେଖିବେ। ସେମାନଙ୍କ ହାରାହାରି ଆୟୁ ୮୪ ବର୍ଷ ରହିବାର ସମ୍ଭାବନା ରହିଛି। ଚଳିତ ବର୍ଷ ଜନ୍ମ ନେବାକୁ ଶିଶୁଙ୍କ ସଂଖ୍ୟା ବର୍ତ୍ତମାନ ସୁଦ୍ଧା ବିଶ୍ୱରେ କୋଭିଡ୍-୧୯ରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟାର ପ୍ରାୟ ୭୮ ଗୁଣ ରହିବ ବୋଲି ଆକଳନ କରାଯାଇଛି। ସୂଚନା ଅନୁଯାୟୀ, ୨୦୨୦ ବର୍ଷର ପ୍ରଥମ ଦିନରେ ୨୦୨୧ର ପ୍ରଥମ ଦିନଠାରୁ ୭,୩୯୦ ଶିଶୁ ଅଧିକ ଜନ୍ମ ନେଇଥିଲେ।