ପ୍ରଥମ ତ୍ରୈମାସିକରେ ୬୦୧ କୋଟିର ନିଟ୍‌ ଲାଭ

ଭୁବନେଶ୍ୱର,୧୩।୮: ଦେଶର ପ୍ରମୁଖ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ତଥା ନ୍ୟାଶନାଲ ଆଲୁମିନିୟମ୍‌ କମ୍ପାନୀ ଲିମିଟେଡ଼ ବା ନାଲ୍‌କୋର ନିର୍ଦ୍ଦେଶକମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କମ୍ପାନୀର ଆଗାମୀ କାର୍ଯ୍ୟକଳାପ ସହିତ ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକ ଫଳାଫଳ ଘୋଷଣା କରାଯାଇଛି। ଏପରିକି ୨୦୨୪ ଜୁନ୍‌ ଶେଷ ସୁଦ୍ଧା କମ୍ପାନୀ ମୋଟ ୨୮୫୬ କୋଟି ଟଙ୍କାର ବ୍ୟବସାୟ କରିବା ସହ ନିଟ୍‌ ୬୦୧କୋଟି ଟଙ୍କା ଲାଭ କରିଛି। ଏହି ଲାଭ ପରିମାଣ ଗତ ଆର୍ଥିକ ବର୍ଷରେ ଏହି ସମୟରେ କରିଥିବା ଲାଭ ୩୪୯ କୋଟି ଟଙ୍କାଠାରୁ ୭୨% ଅଧିକ ବୋଲି ବିସ୍ତୃତ ଭାବେ ସୂଚନା ଦିଆଯାଇଛି।
ଉଲ୍ଲେଖଯୋଗ୍ୟ, ନାଲକୋ ୨୦୨୪-୨୫ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ବ୍ୟବସାୟିକ ଏବଂ ଆର୍ଥିକ କ୍ଷେତ୍ରରେ ସୁପରିଚାଳନା ଯୋଗୁ ଉତ୍କୃଷ୍ଟ ଫଳାଫଳ ହାସଲ କରିଅଛି। ଆନ୍ତର୍ଜାତିକ ବଜାରରେ ମେଟାଲ ଦରରେ ଉନ୍ନତି, ଘରୋଇ ବଜାରର ସକାରାତ୍ମକ ବ୍ୟବସାୟିକ ପରିବେଶ ତଥା ଉତ୍ପାଦନ କ୍ଷେତ୍ରରେ ଆର୍ଥିକ ସୁପରିଚାଳନା ଯୋଗୁ ଚଳିତ ତ୍ରୈମାସିକରେ କମ୍ପାନୀ ଉଲ୍ଲେଖନୀୟ ଫଳାଫଳ ହାସଲ କରିପାରିଛି।
ଏ ସମ୍ପର୍କରେ ନାଲ୍‌କୋ ସିଏମ୍‌ଡି ଶ୍ରୀଧର ପାତ୍ର କହିଛନ୍ତି, ଉତ୍ପାଦନ କ୍ଷେତ୍ରରେ ନିରନ୍ତର ଅଭିବୃଦ୍ଧି ନିମନ୍ତେ କମ୍ପାନୀର ପ୍ରତିବଦ୍ଧତା,ଉତ୍କଳ-ଡି କୋଇଲା ଖଣି ମାଧ୍ୟମରେ ପାୱାର ପ୍ଲାଣ୍ଟ ନିମନ୍ତେ ନିଜସ୍ବ ଆଭ୍ୟନ୍ତରୀଣ କୋଇଲା ଉତ୍ସର ବ୍ୟବସ୍ଥା ଏହି ସଫଳତାର ମୁଖ୍ୟ ଆଧାର ।


Enter your email to get our daily news in your inbox.

All Right Reserved By Dharitri.Com

ମୁଦ୍ରାସ୍ଫୀତିକୁ ନେଇ ଆରବିଆଇ ଗଭର୍ନର ଦେଲେ ବଡ଼ ସୂଚନା, କହିଲେ ଆମେ ଏହାକୁ…

ନୂଆଦିଲ୍ଲୀ,୨୬ା୧୦: ଭାରତୀୟ ଅର୍ଥନୀତିରେ ଉତ୍ଥାନପତ୍ତନ ଜାରି ରହିଛି। ଏଫ୍‌ଆଇଆଇ ଦେଶ ଛାଡୁଛନ୍ତି। ଏହି କାରଣରୁ ଗତ କିଛିଦିନ ହେବ ଷ୍ଟକ୍‌ ମାର୍କେଟରେ ମଧ୍ୟ ଏକ ବିରାଟ...

ମାସକୁ ୯୦୦୦ ଟଙ୍କା ରୋଜଗାର କରିବାକୁ ଚାହାନ୍ତି କି? ପୋଷ୍ଟ ଅଫିସର ଏହି ଯୋଜନା ଜବରଦସ୍ତ; ନିବେଶ କରି… 

ନୂଆଦିଲ୍ଲୀ,୨୬।୧୦: ଭାରତର ସର୍ବପୁରାତନ ଅନୁଷ୍ଠାନ ମଧ୍ୟରୁ ପୋଷ୍ଟ ଅଫିସ(ଡାକଘର) ଅନ୍ୟତମ। ଏହା ଡାକ ସମ୍ବନ୍ଧୀୟ ସୁବିଧା ମିଳିବା ସହିତ ବିନିଯୋଗ ଲାଗି ଆକର୍ଷଣୀୟ ବିକଳ୍ପ ପ୍ରଦାନ...

ଆଇଡିବିଆଇର ଆର୍ଥିକ ଫଳାଫଳ

ନୂଆଦିଲ୍ଲୀ,୨୬।୧୦: ଆଇଡିବିଆଇ ବ୍ୟାଙ୍କର ନିର୍ଦ୍ଦେଶକମଣ୍ଡଳୀ ଆଇଡିବିଆଇ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବ୍ୟାଙ୍କର ଆଗାମୀ କାର୍ଯ୍ୟକଳାପ ଓ ଚଳିତ...

ପ୍ରିମିୟମ ବ୍ରାଣ୍ଡ୍‌ ଉପରେ ଆକର୍ଷଣୀୟ ଅଫର

ନୂଆଦିଲ୍ଲୀ,୨୬।୧୦: ବର୍ତ୍ତମାନ ଆମାଜନ୍‌ ଗ୍ରେଟ୍‌ ଇଣ୍ଡିଆନ୍‌ ଫେଷ୍ଟିଭାଲ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଛି। ଏପରିକି ଆମାଜନ୍‌.ଇନ୍‌ରେ ଭଲ ଅଫର, ବଡ଼ ସଞ୍ଚୟ, ବ୍ଲକ୍‌ ବଷ୍ଟର ମନୋରଞ୍ଜନ ଏବଂ...

ରିଲାଏନ୍ସ ଡିଜିଟାଲରେ ଫେଷ୍ଟିଭାଲ୍‌ ଅଫ୍‌ ଇଲେକ୍ଟ୍ରୋନିକ୍ସ

ମୁମ୍ବାଇ,୨୬।୧୦: ପ୍ରତି ବର୍ଷ ଭଳି ଚଳିତ ବର୍ଷ ଦୀପାବଳିରେ ମଧ୍ୟ ରିଲାଏନ୍ସ ଡିଜିଟାଲର ଇଲେକ୍ଟ୍ରୋନିକ୍ସ ମହୋତ୍ସବ ପାଳନ କରାଯାଉଛି। ଏପରିକି ରିଲାଏନ୍ସ ଡିଜିଟାଲର ବହୁ ପ୍ରତୀକ୍ଷିତ...

ଖିମ୍‌ଜୀ ଜୁଏଲର୍ସର ନୂତନ ଅଭିଯାନ

ଭୁବନେଶ୍ୱର,୨୬।୧୦ (ଅଭୟ ଦାଶ): ରାଜ୍ୟର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ସର୍ବପୁରାତନ ଗହଣା ବ୍ରାଣ୍ଡ୍‌ ଖିମ୍‌ଜୀ ଜୁଏଲର୍ସର ନୂତନ ଅଭିଯାନ ‘ରୌନକ ୱାଲି ଦିୱାଲି’ର ଶୁଭାରମ୍ଭ...

ଦିନକରେ ନିବେଶକ ହରାଇଲେ ୬ଲକ୍ଷ କୋଟି

ମୁମ୍ବାଇ,୨୬।୧୦: କ୍ରମାଗତ ଭାବେ ଘରୋଇ ଶେୟାର ବଜାର କାରବାରରେ ହ୍ରାସ ଘଟୁଥିଲାବେଳେ ପୁଞ୍ଜିବଜାରର ନିବେଶକମାନେ ଆଶା ଆଶଙ୍କା ମଧ୍ୟରେ କାରବାର କରୁଛନ୍ତି। ଏପରିକି ଚଳିତ କାର୍ଯ୍ୟ...

ଟ୍ରେନ୍‌ରେ ମିଳୁଥିବା କମ୍ବଳ-ଚାଦର କେତେ ଥର ଧୂଆ ଯାଇଥାଏ? ରେଲଓ୍ବେ କଲା ଚମକାଇବା ଭଳି ଖୁଲାସା

ନୂଆଦିଲ୍ଲୀ,୨୫।୧୦: ଭାରତୀୟ ରେଳ ହେଉଛି ବିଶ୍ୱର ଚତୁର୍ଥ ବୃହତ୍ତମ ରେଳ ନେଟଓ୍ବାର୍କ। ପ୍ରତିଦିନ କୋଟି କୋଟି ଲୋକ ଭାରତୀୟ ଟ୍ରେନ୍‌ରେ ଯାତ୍ରା କରିଥାନ୍ତି। ଯଦି ଆପଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri