ଭୁବନେଶ୍ୱର,୩୦।୮(ବ୍ୟୁରୋ): ସୋମବାର ରାଜ୍ୟରୁ ୬୦୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୦୭,୧୧୨ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୩୫୪ ଜଣ ଚିହ୍ନଟ ହୋଇଥିବା ବେଳେ ୨୫୫ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।
ଆଜି ଖୋର୍ଦ୍ଧାରୁ ସର୍ବାଧିକ ୨୦୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୭୧ ଏବଂ ଯାଜପୁରରୁ ୩୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସେହିପରି ଅନୁଗୋଳରୁ ୧୮, ବାଲେଶ୍ୱର ୨୧, ବରଗଡ଼ ୪, ଭଦ୍ରକ ୯, ବୌଦ୍ଧ ୯, ଦେବଗଡ଼ ୧୦, ଢେଙ୍କାନାଳ ୨୩, ଗଜପତି ୧, ଗଞ୍ଜାମ ୬, ଜଗତସିଂହପୁର ୨୦, ଝାରସୁଗୁଡ଼ା ୩, କଳାହାଣ୍ଡି ୫, କନ୍ଧମାଳ ୫, କେନ୍ଦ୍ରାପଡ଼ା ୧୯, କେନ୍ଦୁଝର ୫, କୋରାପୁଟ ୩, ମାଲକାନଗିରି ୧, ମୟୂରଭଞ୍ଜ ୨୬, ନୟାଗଡ଼ ୧୧, ପୁରୀ ୨୦, ରାୟଗଡ଼ା ୫, ସମ୍ବଲପୁର ୧୬, ସୋନପୁରରୁ ୨ ଏବଂ ସୁନ୍ଦରଗଡ଼ରୁ ୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍ ପୁଲ୍ ସଂଖ୍ୟା ରହିଛି ୪୮।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟ ୧୦,୦୭,୧୧୨ରେ ପହଞ୍ଚିଥିବା ବେଳେ ୯,୯୧,୬୩୦ଜଣ ସୁସ୍ଥ ହୋଇଛନ୍ତି। ୭୫୨୮ ଜଣ ଚିକିିତ୍ସିତ ହେଉଛନ୍ତି।