Categories: ଖେଳ

ଆଇପିଏଲ-୨୦୨୩ର ୬୦ତମ ମ୍ୟାଚ: ଆରଆର-ଆରସିବି ଲଢ଼େଇ…

ଜୟପୁର,୧୪।୫ : ଆଇପିଏଲ ୨୦୨୩ର ୬୦ତମ ମ୍ୟାଚ ରେ ରାଜସ୍ଥାନ ରୟାଲ୍ସ(ଆରଆର) ରବିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି)କୁ ଭେଟିବ। ଏହି ମ୍ୟାଚ ଜୟପୁରର ସାୱାଇ ମାନସିଂହ ଷ୍ଟାଡିୟମରେ ଖେଳାଯିବ। ପଏଣ୍ଟ ଟେବୁଲରେ ରାଜସ୍ଥାନର ଦଳ ପଞ୍ଚମ ସ୍ଥାନରେ ଏବଂ ବାଙ୍ଗାଲୋରର ଦଳ ସପ୍ତମ ସ୍ଥାନରେ ରହିଛି। ରାଜସ୍ଥାନ ୧୨ ଟି ମ୍ୟାଚ ଖେଳିଛି ଏବଂ ସେଥିରୁ ୬ ଟି ଜିତିଛି ଏବଂ ୬ ଟି ହାରିଛି । ରାଜସ୍ଥାନର ପଏଣ୍ଟ ୧୨ ରହିଛି। ଏଥି ସହିତ ବାଙ୍ଗାଲୋର ୧୧ ଟି ମ୍ୟାଚ ଖେଳିଛି। ଏହାର ପଏଣ୍ଟ ୧୦ ରହିଛି। ବାଙ୍ଗାଲୋର ପାଞ୍ଚଟି ମ୍ୟାଚ ଜିତି ୬ଟିରେ ହାରିଛି। ଏହି ଲଢ଼େଇ ଉଭୟଙ୍କ ପାଇଁ ଏକ ଭର୍ଚୁଆଲ ନକଆଉଟ ପରି ।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ପ୍ଲେଇଙ୍ଗ ୧୧ରେ ଫାଫ ଡୁପଲେସିସ (ଅଧିନାୟକ), ବିରାଟ କୋହଲି, ଅନୁଜ ରାୱତ, ଗ୍ଲେନ ମ୍ୟାକ୍ସୱେଲ, ମହିପାଲ ଲୋମୋର, ଦୀନେଶ କାର୍ତ୍ତିକ (ୱିକେଟ କିପର), କେଦାର ଯାଦବ, ୱାନିନ୍ଦୁ ହାସରାଙ୍ଗା, ହର୍ଷଲ ପଟେଲ, ମହମ୍ମଦ ସିରାଜ, ଜୋଶ ହାଜଲେଉଡ ପ୍ରମୁଖ ଅଛନ୍ତି।

ସେହିପରି ରାଜସ୍ଥାନ ରୟାଲ୍ସର ପ୍ଲେଇଙ୍ଗ ୧୧ରେ ଯଶସ୍ବୀ ଜୈସୱାଲ, ଜୋସ ବଟଲର, ସଞ୍ଜୁ ସାମସନ (ଅଧିନାୟକ/ ୱିକେଟ କିପର), ଜୋ ରୁଟ, ଧ୍ରୁଭ ଜୁରେଲ, ଶିମ୍ରନ ହେଟମିୟର, ଆର ଅଶ୍ୱିନ, ଟ୍ରେଣ୍ଟ ବୋଲ୍ଟ, ସନ୍ଦୀପ ଶର୍ମା, କେ.ଏମ ଆସିଫ, ୟୁଜଭେନ୍ଦ୍ର ଚହଲ ଅଛନ୍ତି।

Share