ସପ୍ତାହକରେ ୬୧ ଲକ୍ଷ ଜରିମାନା

ଅନୁଗୋଳ ଅଫିସ, ୯ା୪: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଏପ୍ରିଲ୍‌ ପ୍ରଥମ ସପ୍ତାହକୁ ଶୂନ୍ୟ ଦୁର୍ଘଟଣା ମୃତ୍ୟୁ ସପ୍ତାହ ଭାବେ ପାଳନ କରିବା ପାଇଁ ଅନୁଗୋଳ ଜିଲାରେ ଗାଡ଼ି ଯାଞ୍ଚକୁ କଡ଼ାକଡ଼ି କରାଯାଇଥିଲା। ଏପ୍ରିଲ ୧ରୁ ୭ ତାରିଖ ଯାଏ ଅନୁଗୋଳ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଓ ତାଳଚେର ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ) ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଚେକିଂ କରାଯାଇ ମୋଟ୍‌ ୭୪୧ ଜଣ ନିୟମ ଉଲ୍ଲଂଘନକାରୀଙ୍କୁ ୬୧ ଲକ୍ଷ ୪୦ ହଜାର ୬୬ ଟଙ୍କାର ଜରିମାନା କରାଯାଇଥିଲା। ସେଥିମଧ୍ୟରୁ ୮ ଲକ୍ଷ, ୮୨ ହଜାର ୭୫୦ ଟଙ୍କା ଘଟଣାସ୍ଥଳରେ ଆଦାୟ ହୋଇଥିବା ବେଳେ ୫୨ ଲକ୍ଷ ୫୭ ହଜାର ୩୧୬ ଟଙ୍କା ପେଣ୍ଡିଂ ରହିଛି।
ଅନୁଗୋଳ ଆର୍‌ଟିଓ ପକ୍ଷରୁ ଚେକିଂ ବେଳେ ୩୭୨ ଜଣ ଟ୍ରାଫିକ ଉଲ୍ଲଂଘନକାରୀଙ୍କ ଚାଲାଣ କଟାଯାଇଛି। ଦ୍ରୁତଗତି ପାଇଁ ୧୧୩ ଜଣ ଚାଳକ ଧରାପଡ଼ିଥିବା ବେଳେ ୧୪୩ ଜଣ ହେଲମେଟ ପିନ୍ଧି ନ ଥିବା, ଗାଡ଼ି ଚାଳନା ବେଳେ ୧୪ ଜଣ ମୋବାଇଲ ବ୍ୟବହାର କରିବା, ମଦ୍ୟପାନ କରି ଗାଡ଼ି ଚଳାଉଥିବା ୯ଜଣ, ମାଲ ଗାଡ଼ିରେ ଯାତ୍ରୀ ନେଉଥିବା ୨ ଜଣ, ଓଭରଲୋଡିଂ ପାଇଁ ୨୪, ସିଟ୍‌ ବେଲ୍‌ଟ ବାନ୍ଧି ନ ଥିବା ୧୪, ବାଇକ୍‌ରେ ୩ ଜଣିଆ ଯାତ୍ରା ପାଇଁ ୧୪ ଜଣ ଓ ଗାଡ଼ିର ନମ୍ବର ପ୍ଲେଟ ଠିକ୍‌ ନ ଥିବାରୁ ୧୬ଜଣ ଚାଳକଙ୍କୁ ଜରିମାନା କରାଯାଇଛି। ସେମାନଙ୍କୁ ମୋଟ୍‌ ୩୯ ଲକ୍ଷ ୪୨ ହଜାର ୮୫୦ ଟଙ୍କାର ଚାଲାଣ କଟାଯାଇ ଦିଆଯାଇଥିବା ବେଳେ ସେଥିରୁ ୬ଲକ୍ଷ ୪୧ ହଜାର ୧୫୦ ଟଙ୍କା ଆଦାୟ ହୋଇଛି। ୩୩ ଲକ୍ଷ ୧୭ଶହ ଟଙ୍କା ଆଦାୟ ପାଇଁ ବାକି ରହିଛି। ସେହିପରି ତାଳଚେର ଆର୍‌ଟିଓ ପକ୍ଷରୁ ୩୬୯ ଜଣ ନିୟମ ଉଲ୍ଲଂଘନକାରୀଙ୍କୁ ୨୧ ଲକ୍ଷ ୯୭ ହଜାର ୨୧୬ ଟଙ୍କାର ଜରିମାନା କରାଯାଇଛି। ସେଥିରୁ ୨ ଲକ୍ଷ ୪୧ ହଜାର ୬ଶହ ଟଙ୍କା ଆଦାୟ କରାଯାଇଥିବା ବେଳେ ୧୯ ଲକ୍ଷ ୫୫ ହଜାର ୬୧୬ ଟଙ୍କା ବାକି ରହିଛି। ଦ୍ରୁତଗତି ପାଇଁ ୯୧ ଜଣଙ୍କୁ ଜରିମାନା କରାଯାଇଥିବା ବେଳେ ହେଲମେଟ ପିନ୍ଧି ନ ଥିବା ୧୨୩ ଜଣ, ମଦ୍ୟପାନ କରି ଗାଡ଼ି ଚଳାଉଥିବା ୧୭ଜଣ, ଗାଡ଼ି ଚାଳନା ବେଳେ ମୋବାଇଲ ବ୍ୟବହାର କରୁଥିବା ୧୯ ଜଣ, ସିଟ୍‌ ବେଲ୍‌ଟ ବାନ୍ଧି ନ ଥିବା ୧୭ ଜଣ, ବାଇକ୍‌ରେ ତିନିଜଣିଆ ଯିବା ପାଇଁ ୧୯ ଜଣ, ଗାଡ଼ି ଚଳାଉଥିବା ୫ ଜଣ ନାବାଳକ ଓ ଅନ୍ୟ କାରଣରୁ ୮୦ ଜଣ ଚାଳକଙ୍କୁ ଜରିମାନା କରାଯାଇଛି।

ପୋଲିସ ଆଦାୟ କରିଛି ୨୪ ଲକ୍ଷ

ଅନୁଗୋଳ ଜିଲାରେ ଶୂନ୍ୟ ଦୁର୍ଘଟଣା ମୃତ୍ୟୁ ସପ୍ତାହ ପାଳନ ଅବସରରେ ଜିଲା ପୋଲିସ ପକ୍ଷରୁ ମୋଟ୍‌ ୨୪ ଲକ୍ଷ ୨୯ ହଜାର ୩ଶହ ଟଙ୍କା ଜରିମାନା ଆଦାୟ କରାଯାଇଛି। ସେଥିରୁ ବାଇକ୍‌ରେ ତିନିଜଣିଆ ବସି ଯିବା ପାଇଁ ୩୬୮ ଜଣଙ୍କୁ ଜରିମାନା କରାଯାଇଥିବା ବେଳେ ମଦ୍ୟପାନ କରିଥିବା ୩୪୦ ଚାଳକ, ବେଆଇନ ପାର୍କିଂ ପାଇଁ ୪୬୨ ଚାଳକ, ଦ୍ରୁତଗତି ଓ ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ୯ଜଣ, ଓଭର ଲୋଡିଂ ପାଇଁ ୩୧ ଜଣ, ଗାଡ଼ି ଚାଳନା ବେଳେ ମୋବାଇଲ ବ୍ୟବହାର ପାଇଁ ୨୩୨ ଚାଳକ, ହେଲମେଟ୍‌ ପିନ୍ଧି ନ ଥିବା ୧୬୫୭ ଜଣ, ସିଟ୍‌ ବେଲ୍‌ଟ ପିନ୍ଧି ନ ଥିବା ୪୬୩ ଜଣ ଚାଳକଙ୍କୁ ଜରିମାନା କରାଯାଇଛି।

 

 


Enter your email to get our daily news in your inbox.

All Right Reserved By Dharitri.Com

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ: ହାତୀ ବଦଳରେ ବନ କର୍ମଚାରୀଙ୍କ ଠାରେ  ରେଡିଓକୋଲାର ଲାଗିଲେ…. 

ବଣାଇଁ,୨୧।୯(ପ୍ରଦୀପ ତ୍ରିପାଠୀ): ଏକ ଗୋଠଛଡା ଦନ୍ତା ପାଇଁ ବଣାଇଁ ଆଖାପାଖର ପ୍ରାୟ ୨୪ଟି ଗ୍ରାମର ଲୋକେ ଦୀର୍ଘଦିନ ଧରି ଆତଙ୍କିତ ଅଛନ୍ତି । ବଣାଇଁ ବନାଞ୍ଚଳରେ...

ପାଟଣାକୁ ସବ୍‌ଡିଭିଜନ ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

ପାଟଣା,୨୧।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ମୁଖ୍ୟାଳୟକୁ ସବ୍‌ ଡିଭିଜନ(ଉପଖଣ୍ଡ)ଘୋଷଣା ଦାବି ହୋଇଛି। ଏ ନେଇ ଶନିବାର ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ...

ଜନ୍ମମାଟିରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ପ୍ରତି ପଞ୍ଚାୟତରେ ହେବ…

କେନ୍ଦୁଝର,୨୧ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତିନିଦିନିଆ ଗସ୍ତରେ ଆସି ଶନିବାର ଦିତୀୟ ଦିନ ସକାଳେ ସ୍ଥାନୀୟ କେନ୍ଦୁଝର ଷ୍ଟାଡିୟମକୁ ଯାଇ ସ୍ଥାନୀୟ ଯୁବକ,...

ଘରୁ ମିଳିଥିଲା ନଗଦ ୪୫ ଲକ୍ଷ ଟଙ୍କା, କୋଟିଏ ଟଙ୍କାର ବ୍ୟାଙ୍କ ଡିପୋଜିଟ୍: ବନ୍ଧାହେଲେ କୁବେର ଯନ୍ତ୍ରୀ

ବାଲେଶ୍ୱର,୨୧।୯: ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଏନ୍‌ଭି ହରିହର ରାଓଙ୍କୁ ବାନ୍ଧିଲା ପୋଲିସ। ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ତାଙ୍କଚ ଭିଜିଲାନ୍ସ...

ପୁଣି ବିଜେଡିକୁ ଫେରିବାକୁ ଚାହୁଁଛନ୍ତି ପୂର୍ବତନ ବିଧାୟକ: ହାଇକମାଣ୍ଡଙ୍କୁ ଲେଖିଲେ ଚିଠି

ଘସିପୁରା,୨୧।୯(ନିରଞ୍ଜନ ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଭାଗୀରଥି ସେଠୀ ପୁଣି ବିଜେଡିକୁ ଫେରିବେ। ୨୦୨୪ ସାଧାରଣ ନିର୍ବାଚନରେ ଟିକେଟ ମିଳି ନ ଥିବାରୁ...

ଗଛରେ ଝୁଲୁଛି ୨ ମୃତଦେହ

ସାଲେପୁର,୨୧ା୯(ଅରବିନ୍ଦ ଭୂୟାଁ): କଟକ ଜିଲା ସାଲେପୁର ବ୍ଲକ ଅନ୍ତର୍ଗତ ବାହାବଳପୁର ଗ୍ରାମରେ ଥିବା ଚାକୁଣ୍ତା ବଣରେ ଶନିବାର ସକାଳୁ ଏକ ଗଛରେ ବେକରେ ଗାମୁଛା ଓ...

ଟ୍ରେଲର ପଛରେ ପିଟିହେଲା ବସ୍‌, ୧୦ ଆହତ

କଟକ,୨୧ା୯: କଟକର ଏନ୍‌ଏଚ୍‌ ୧୬ ଭାଣପୁର ନିକଟରେ ଶନିବାର ଏକ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ଭାରସାମ୍ୟ ହରାଇ ଏକ ଟ୍ରେଲର ପଛରେ ପିଟି ହୋଇଯିବାରୁ...

୮ ବର୍ଷ ପରେ ଆଜି ଆରପିଡିଏସି ବୈଠକ

ଯାଜପୁର,୨୧ା୯(ହର୍ଷବର୍ଦ୍ଧନ ବେହେରା): ବିସ୍ଥାପିତ ଓ ଜମିହରାଙ୍କ ସମସ୍ୟାର ପ୍ରତିକାର ଏବଂ ପ୍ରଭାବିତ ଅଞ୍ଚଳର ଉନ୍ନୟନ ପାଇଁ ପୁନର୍ବାସ ଓ ପାରିପାର୍ଶ୍ୱିକ ଉନ୍ନୟନ ଉପଦେଷ୍ଟା କମିଟି (ଆର୍‌ପିଡିଏସି)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri