ରାଜ୍ୟରୁ ୬୧୧୬ କରୋନା ଆକ୍ରାନ୍ତ ଚିହ୍ନଟ, ଆଜି ବି ଖୋର୍ଦ୍ଧା ଆଗରେ

ଭୁବନେଶ୍ୱର,୨୫।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ତେବେ ରବିବାର ରାଜ୍ୟରୁ ୬,୧୧୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪,୦୭,୪୬୭ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୩୫୪୬ ଜଣ ଚିହ୍ନଟ ହୋଇଥିବା ବେଳେ ୨୫୭୦ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୮୭୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୭୮୫ ଏବଂ ନୂଆପଡ଼ାରୁ ୪୩୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଅନୁଗୋଳରୁ ୧୫୧, ବାଲେଶ୍ୱର ୧୦୨, ବରଗଡ଼ ୨୬୨, ଭଦ୍ରକ ୮୭, ବଲାଙ୍ଗୀର ୧୮୯, ବୌଦ୍ଧ ୩୨, କଟକ ୩୪୩, ଦେବଗଡ଼ ୩୯, ଢେଙ୍କାନାଳ ୮, ଗଜପତି ୭୮, ଗଞ୍ଜାମ ୧୩୪, ଜଗତସିଂହପୁର ୭୩, ଯାଜପୁର ୩୨୪, ଝାରସୁଗୁଡ଼ା ୨୫୪, କେନ୍ଦ୍ରାପଡ଼ା ୪୬, କନ୍ଧମାଳ ୩୬, କେନ୍ଦୁଝର ୧୧୮, କୋରାପୁଟ ୭୧, ମାଲକାନଗିରି ୩୨, ମୟୂରଭଞ୍ଜ ୧୫୮, ନବରଙ୍ଗପୁର ୩୧୮, ନୟାଗଡ଼ ୯୯, ପୁରୀ ୧୮୦, ରାୟଗଡ଼ା ୧୦୪, ସମ୍ବଲପୁରରୁ ୨୮୦ ଏବଂ ସୋନପୁରରୁ ୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୁଲ୍‌ ସଂଖ୍ୟା ରହିଛି ୧୭୯।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪,୦୭,୪୫୭ରେ ପହଞ୍ଚିଥିବା ବେଳେ ୩,୫୯,୪୬୭ଜଣ ସୁସ୍ଥ ହୋଇଛନ୍ତି। ୪୫,୯୪୯ ଜଣ ଚିକିିତ୍ସିତ ହେଉଛନ୍ତି।

Share