ଆଜି ରାଜ୍ୟରୁ ୬୧୧୮ କରୋନା ଆକ୍ରାନ୍ତ ଚିହ୍ନଟ, କଟକରୁ ସର୍ବାଧିକ

ଭୁବନେଶ୍ୱର,୭।୬(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଏହି କିଛିଦିନ ହେବ ଲଗାତର କମିବାରେ ଲାଗିଛି। ତେବେ ସୋମବାର ରାଜ୍ୟରୁ ୬୧୧୮ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮,୧୯,୨୧୪ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୩୪୫୩ ଜଣ ଚିହ୍ନଟ ହୋଇଥିବା ବେଳେ ୨୬୬୫ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।

ଆଜି କଟକରୁ ସର୍ବାଧିକ ୬୪୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଯାଜପୁରରୁ ୫୬୩ ଏବଂ ଖୋର୍ଦ୍ଧାରୁ ୪୯୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଅନୁଗୋଳରୁ ୪୧୬, ବାଲେଶ୍ୱର ୧୯୫, ବରଗଡ଼ ୧୬୪, ଭଦ୍ରକ ୨୨୮, ବଲାଙ୍ଗୀର ୮୩, ବୌଦ୍ଧ ୧୧୨, ଦେବଗଡ଼ ୨୯, ଢେଙ୍କାନାଳ ୧୨୩, ଗଜପତି ୩୦, ଗଞ୍ଜାମ ୯୩, ଜଗତସିଂହପୁର ୨୧୮, ଝାରସୁଗୁଡ଼ା ୮୬, କଳାହାଣ୍ଡି ୮୦, କନ୍ଧମାଳ ୧୪୩, କେନ୍ଦ୍ରାପଡ଼ା ୨୨୭, କେନ୍ଦୁଝର ୧୫୫, କୋରାପୁଟ ୧୮୦, ମାଲକାନଗିରି ୧୦୭, ମୟୂରଭଞ୍ଜ ୩୫୨, ନବରଙ୍ଗପୁର ୧୬୬, ନୟାଗଡ଼ ୧୬୧, ନୂଆପଡ଼ା ୩୬, ପୁରୀ ୩୯୮, ରାୟଗଡ଼ା ୧୦୮, ସମ୍ବଲପୁରରୁ ୧୦୩, ସୋନପୁର ୫୨ ଏବଂ ସୁନ୍ଦରଗଡ଼ରୁ ୨୭୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୁଲ୍‌ ସଂଖ୍ୟା ରହିଛି ୧୦୩।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୮,୧୯,୨୧୪ରେ ପହଞ୍ଚିଥିବା ବେଳେ ୭,୩୯,୩୭୬ଜଣ ସୁସ୍ଥ ହୋଇଛନ୍ତି। ୭୬,୭୫୦ ଜଣ ଚିକିିତ୍ସିତ ହେଉଛନ୍ତି।

Share