Categories: ବାଣିଜ୍ୟ

ରାଜ୍ୟଗୁଡ଼ିକୁ ୬୧୯୫ କୋଟି

ନୂଆଦିଲ୍ଲୀ, ୧୨।୯ : କେନ୍ଦ୍ର ସରକାର ୧୪ ରାଜ୍ୟକୁ ୬,୧୯୫ କୋଟି ଟଙ୍କା ପ୍ରଦାନ କରିଛନ୍ତି। ରାଜସ୍ବ ନିଅଣ୍ଟ କ୍ଷେତ୍ରରେ ଗ୍ରାଣ୍ଟର ମାସିକ କିସ୍ତି ଭାବେ ଏଭଳି ଅର୍ଥ ରାଶି ପ୍ରଦାନ କରାଯାଇଛି। ୧୫ ଦଶ ଅର୍ଥ ଆୟୋଗ ଏଭଳି ଗ୍ରାଣ୍ଟ ପ୍ରଦାନ ଲାଗି ପ୍ରସ୍ତାବ ଦେଇଥିବା ବେଳେ ଏହା ୬ଷ୍ଟ ମାସିକ କିସ୍ତି। କରୋନା ମହାମାରୀ ସମୟରେ ବର୍ତ୍ତମାନ ରାଜ୍ୟଗୁଡିକର ଖର୍ଚ୍ଚ ବଢିଛି। ବର୍ତ୍ତମାନ ଏହା ରାଜ୍ୟଗୁଡିକ ଲାଗି ବେଶ୍‌ ସହାୟକ ହେବ ବୋଲି ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ରହିଛି। ଆନ୍ଧ୍ର ପ୍ରଦେଶ, ଆସାମ, ହିମାଞ୍ଚଳ ପ୍ରଦେଶ, କେରଳ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ପଞ୍ଜାବ, ସିକିମ, ତାମିଲନାଡୁ, ତ୍ରିପୁରା, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ ଭଳି ରାଜ୍ୟ ଏହି ଗ୍ରାଣ୍ଟ ପାଇଛନ୍ତି। ଚଳିତ ଆର୍ଥତ୍କ ବର୍ଷରେ ଏପ୍ରିଲରୁ ଅଗଷ୍ଟ ମଧ୍ୟରେ ସମାନ ପ୍ରକାର ଗ୍ରାଣ୍ଟ କେନ୍ଦ୍ର ସରକାର ପ୍ରଦାନ କରିଥିବା ଜଣାପଡ଼ିଛି।

Share