ବରଗଡ଼ରୁ ଆଜି ୬୨ ପଜିଟିଭ୍‌ ଚିହ୍ନଟ, ୮୨୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ବରଗଡ଼ ଅଫିସ,୨୨ା୧୦: ବରଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ କମିବାର ନାଁ ନେଉନି। ଗୁରୁବାର ଜିଲାରେ ପୁଣି ୬୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ବରଗଡ଼ ପୌରାଞ୍ଚଳରୁ ୬, ବରଗଡ଼ ବ୍ଲକ ୪, ଅତାବିରା ବ୍ଲକ ୧୧, ଅତାବିରା ଏନ୍‌ଏସିର ଜଣେ, ପଦ୍ମପୁର ବ୍ଲକ ୪, ପଦ୍ମପୁର ଏନ୍‌ଏସିର ୮, ଭଟଲି ବ୍ଲକରୁ ୭, ପାଇକମାଳ ବ୍ଲକରୁ ୬, ବିଜେପୁର ବ୍ଲକରୁ ୪, ଗାଇସିଲେଟ ବ୍ଲକରୁ ଜଣେ, ସୋହେଲା ବ୍ଲକରୁ ୩, ବରପାଲି ବ୍ଲକରୁ ଜଣେ, ବରପାଲି ଏନଏସିର ୩, ବିଜେପୁର ବ୍ଲକର ୪ଜଣ ଆକ୍ରାନ୍ତ ରହିଛନ୍ତି। ସେହିପରି ବରଗଡ଼ରେ ଚିକିତ୍ସାଧୀନ ଅନ୍ୟ ଜିଲାର ଜଣେ ଆକ୍ରାନ୍ତ ଅଛନ୍ତି ।
ସୂଚନାଯୋଗ୍ୟ, ଜିଲାରେ ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୨୦୬ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୬୩୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୫୭ ଜଣ ଚିକିତ୍ସିତ ହେଉଛନ୍ତି ବୋଲି ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ସୂଚନା ଦେଇଛନ୍ତି।