ସରକାରୀ ହାଇସ୍କୁଲରେ ଖାଲି ପଡ଼ିଛି ୬୨୫ ଶିକ୍ଷକ ପଦବୀ

ବ୍ରହ୍ମପୁର,୧୦ା୯(ସ୍ମୃତିରଞ୍ଜନ ମହାଲିକ)ଗୁଣାତ୍ମକ ଶିକ୍ଷା ଓ ଉତ୍ତମ ବାତାବରଣ ମଧ୍ୟରେ ଛାତ୍ରୀଛାତ୍ରଙ୍କୁ ଶିକ୍ଷାଦାନ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ଏହି ମର୍ମରେ ରାଜ୍ୟ ସରକାରଙ୍କ ପକ୍ଷରୁ ୫-ଟି ମାଧ୍ୟମରେ ହାଇସ୍କୁଲ ରୂପାନ୍ତୀକରଣ କରାଯାଉଛି। ଯାହାଦ୍ୱାରା ହାଇସ୍କୁଲଗୁଡିକରେ ଇ-ଲାଇବ୍ରେରୀ, ସ୍ମାର୍ଟ କ୍ଲାସରୁମ, ଉନ୍ନତ ଖେଳପଡିଆ, ଭିତ୍ତିଭୂମିର ବିକାଶ ଓ ଅନ୍ୟାନ୍ୟ ଆନୁସଙ୍ଗିକ ସୁବିଧା ଉପଲବ୍ଧ ରହିଛି। ଯାହାଦ୍ୱାରା ଗରିବ ଛାତ୍ରୀଛାତ୍ରମାନେ ମଧ୍ୟ ଇଂଲିଶ ମାଧ୍ୟମ ବିଦ୍ୟାଳୟ ଭଳି ସ୍ମାର୍ଟ ବିଦ୍ୟାଳୟରେ ପାଠ ପଢିବାରେ ସୁବିଧା ପାଇପାରୁଛନ୍ତି। କିନ୍ତୁ ସରକାରଙ୍କ ପକ୍ଷରୁ ବିଦ୍ୟାଳୟର କେବଳ ଭିତ୍ତିଭୂମି ସଜଡା ଯାଉଥିବା ବେଳେ ବିଦ୍ୟାଳୟ ଗୁଡିକରେ ବର୍ତ୍ତମାନ ଶିକ୍ଷକ ଅଭାବ ଦେଖାଦେଇଛି। ଯାହାଦ୍ୱାରା ଛାତ୍ରୀଛାତ୍ରଙ୍କ ପାଠ ପଢାରେ ବାଧା ଉପୁଜୁଥିତ୍ବା ନେଇ ବିଭିନ୍ନ ମହଲରେ ଅଭିଯୋଗ ହୋଇଛି। ଅନ୍ୟପଟେ ବର୍ତ୍ତମାନ କୌଣସି ନିର୍ଦ୍ଦିଷ୍ଟ ବିଷୟରେ ଶିକ୍ଷକ ନ ଥିବା କାରଣରୁ ଅନ୍ୟ ବିଷୟ ପଢାଉଥିବା ଶିକ୍ଷକ ଉକ୍ତ ବିଷୟରେ ପାଠ ପଢାଉଥିବା ଦେଖିବାକୁ ମିଳିଛି। ଫଳରେ ଛାତ୍ରୀଛାତ୍ରମାନେ ପାଠ ବୁଝିବା କ୍ଷେତ୍ରରେ ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି। ଏଣୁ ପ୍ରତ୍ୟେକ ବିଷୟ ପାଇଁ ଶିକ୍ଷକ ନିଯୁକ୍ତି ପାଇଁ ସଂଘ ଓ ଅଭିଭାବକ ମହଲରେ ଦାବି ହୋଇଛି।
ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିତ୍ବା ତଥ୍ୟ ମୁତାବକ, ଗଞ୍ଜାମ ଜିଲାରେ ୩୮୩ ସରକାରୀ ହାଇସ୍କୁଲରେ ବର୍ତ୍ତମାନ ୬୨୫ଟି ଶିକ୍ଷକ ପଦବୀ ଖାଲି ପଡିଛି। ଏଥିମଧ୍ୟରୁ ପ୍ରଧାନ ଶିକ୍ଷକ (କ୍ଲାସ-୨) ୩୨ ଜଣଙ୍କ ମଧ୍ୟରୁ ୨୯, ସିନିୟର ଏସଇଏସ ପ୍ରଧାନ ଶିକ୍ଷକ ୩୫୨ ଜଣଙ୍କ ମଧ୍ୟରୁ ୨୫୧ ଜଣ ପ୍ରଧାନ ଶିକ୍ଷକ ରହିଛନ୍ତି। ସେହିଭଳି ଟିଜିଟି ଆର୍ଟସ ବିଭାଗରେ ୧୦୦୯ ମଧ୍ୟରୁ ୯୨୮, ଟିଜିଟି ପିସିଏମ ୪୭୦ରୁ ୩୮୦, ଟିଜିିଟି ସିବିଜେଡ ୪୪୫ ମଧ୍ୟରୁ ୩୫୮, ହିନ୍ଦୀ ବିଷୟରେ ୩୩୮ରୁ ୨୩୧, କ୍ଲାସିକାଲରେ ୩୬୯ରୁ ୩୦୬, ପିଇଟି ଶିକ୍ଷକ ୩୩୬ରୁ ୨୪୩ ଶିକ୍ଷକ ପଦବୀ ଖାଲି ପଡିଛି। କେବଳ ତେଲୁଗୁ ବିଷୟରେ ୨୮ଜଣ ଶିକ୍ଷକ ରହିଥିବା ବେଳେ ୨୨ଜଣ ବ୍ଲକ ଶିକ୍ଷାଧିକାରୀ ରହିଥିବା ସୂଚନା ମିଳିଛି। ଏହି ୨ଟି ବିଭାଗରେ କାୈଣସି ପଦବୀ ଖାଲି ନ ଥିବା ଜଣାପଡିଛି। ତେବେ ଜିଲାର ସରକାରୀ ହାଇସ୍କୁଲରେ ଏତେ ସଂଖ୍ୟକ ଶିକ୍ଷକ ଅଭାବ ନେଇ ଅଭିଭାବକ ମହଲରେ ଚିନ୍ତାର କାରଣ ପାଲଟିଛି। ଯଦି ବିଭିନ୍ନ ବିଭାଗରେ ଏତେ ସଂଖ୍ୟକ ଶିକ୍ଷକ ଅଭାବ ରହିଛି ତେବେ ହାଇସ୍କୁଲରେ ପାଠ ପଢା କିଭଳି ହେଉଥିବ ସେ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯଦି ଆଗାମୀ ଦିନରେ ଏଭଳି ଭାବେ ଶିକ୍ଷକ ଅଭାବୀ ସମସ୍ୟା ଲାଗି ରୁହେ, ତେବେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧକାରମୟ ହୋଇଯିବ ବୋଲି ବହୁ ଅଭିଭାବକ ମହଲରେ ମତ ପ୍ରକାଶ ପାଇଛି। ସେହିପରି ରାଜ୍ୟ ସରକାର ବିଦ୍ୟାଳୟର ଭିତ୍ତିଭୂମି ସଜାଡିବା ଦିଗରେ ତପତ୍ରତା ପ୍ରକାଶ କରୁଥିବା ବେଳେ ଖାଲି ପଡିଥିବା ଶିକ୍ଷକ ପଦବୀ ପୂରଣ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁ ନ ଥିବା ନେଇ ଶିକ୍ଷକ ସଂଘ ପକ୍ଷରୁ ଅଭିଯୋଗ ହୋଇଛି। ଏ ନେଇ ଅତିରିକ୍ତ ଜିଲା ଶିକ୍ଷାଧିକାରୀ ପବିତ୍ର ମୋହନ ସାହୁ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ ଗଞ୍ଜାମ ଜିଲାରେ ୪୨୭ ନୂତନ ଶିକ୍ଷକ ନିଯୁକ୍ତି ସୃଷ୍ଟି କରାଯାଇଛି। ଏଥିସହ ଅବସରପ୍ରାପ୍ତ ୨୪୦ ଜଣ ଅତିଥି ଶିକ୍ଷକଙ୍କୁ ଜିଲାରେ ଖାଲି ଥିବା ପଦବୀରେ ନିଯୁକ୍ତି ଦିଆଯିବ। ଏହି ଅତିଥି ଶିକ୍ଷକମାନେ ମାସକୁ ୧୨ ହଜାର ଟଙ୍କା ଦରମାରେ ଦିନକୁ ୩ଟି ପିରିୟଡ ପାଠ ପଢାଇବେ ବୋଲି ସେ କହିଛନ୍ତି। ଜିଲାରେ ବହୁ ଯୁବ ପିଢି ଶିକ୍ଷକତା ପାଇଁ ଓଟିଇଟି ଭଳି ପ୍ରବେଶିକା ପରୀକ୍ଷା ପାସ କରିଛନ୍ତି। ଏଣୁ ସେମାନଙ୍କୁ ଖାଲି ପଡିଥିବା ପଦବୀରେ ନିଯୁକ୍ତି ପ୍ରଦାନ ପାଇଁ ଗଞ୍ଜାମ ଜିଲା ଶିକ୍ଷକ ମହାସଂଘର ଉପଦେଷ୍ଟା ରାଜେନ୍ଦ୍ର ପଣ୍ଡା ଦାବି କରିଛନ୍ତି। ଏହାଦ୍ୱାର ଖାଲି ପଡିଥିବା ଶିକ୍ଷକ ପଦବୀ ପୂରଣ ହୋଇପାରିବ ବୋଲି ଉପଦେଷ୍ଟା ପଣ୍ଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଲିସକୁ ତୀରମାଡ, ଗୁରୁତର ଭାବେ ଡାକ୍ତରଖାନାରେ ଭର୍ତ୍ତି

ବଣାଇ,୨୪।୯: ସୁନ୍ଦରଗଡ ଜିଲା ବଣାଇ ଅଞ୍ଚଳରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ପୋଲିସକୁ ହୋଇଛି ତୀରମାଡ। ତୀରମାଡରେ ଗୁରୁତର ହୋଇ ଥାନାବାବୁ ଡାକ୍ତରଖାନାରେ ଭର୍ତ୍ତି...

ସରିଲା ବାଲିଯାତ୍ରା: ଶେଷଦିନରେ ଭକ୍ତଙ୍କ ପ୍ରବଳ ଭିଡ଼

ଦାରିଙ୍ଗବାଡି, ୨୪।୯ (ଅରୁଣ ସାହୁ: ବିଶ୍ୱାସ ଅଛି ବାଲିଯାତ୍ରା ହେଲେ ଶୀତ ଆସେ। ଆଉ ବାଲିଯାତ୍ରା ସମୟରେ ପ୍ରବଳ ବର୍ଷା ହେବାର ନଜିର ରହିଛି। ଏହା...

ଜରାଜୀର୍ଣ୍ଣ ଅବସ୍ଥାରେ ବଡ଼ ଶଙ୍ଖ ଯାତ୍ରୀ ବିଶ୍ରାମାଗାର

ବ୍ରାହ୍ମଣୀଗାଁ,୨୪।୯:ସରକାର ଲୋକଙ୍କ ହିତ ପାଇଁ ଅଜସ୍ର ଟଙ୍କା ଖର୍ଚ୍ଚ କରୁଥିବାବେଳେ ବ୍ରାହ୍ମଣୀଗାଁରେ ଚିତ୍ର କିଛି ଓଲଟା ରହିଛି। ବ୍ରାହ୍ମଣୀଗାଁ ଥାନା ଅଧୀନସ୍ଥ ବଡ଼ଶଙ୍ଖ ଛକ ନିକଟରେ...

ତିରୁପତି ପରେ ଶ୍ରୀମନ୍ଦିର? ଜିଲାପାଳଙ୍କ ବଡ଼ ସୂଚନା…

ପୁରୀ,୨୪।୯: ତିରୁପତି ପ୍ରସାଦ ଲଡୁରେ ନକଲି ଘିଅ ବ୍ୟବହାର ନେଇ ଜାତୀୟ ରାଜନୀତି ଉଠୁଛି ପଡୁଛି। ପ୍ରମାଣ ମିଳିଛି ଯେ, ତିରୁପତିଙ୍କ ଲଡୁରେ ବ୍ୟବହାର ହେଉଥିବା...

ଭତ୍ତା ଆଣିବାକୁ ଗୁରୁଣ୍ଡି ଗୁରୁଣ୍ଡି ପଞ୍ଚାୟତ ଅଫିସ୍‌ ଗଲେ ବୃଦ୍ଧା

କେନ୍ଦୁଝର,୨୪।୯(ନରେଶ ଚନ୍ଦ୍ର ପଟ୍ଟନାୟକ):ସାମାଜିକ ସୁରକ୍ଷା ଭତ୍ତା ଟଙ୍କା ପାଇବା ପାଇଁ ଗୁରୁଣ୍ଡି ଗୁରୁଣ୍ଡି ଦୁଇ କିଲୋମିଟର ପଞ୍ଚାୟତକୁ ଗଲେ ବୃଦ୍ଧା। ଏମିତି ଏକ ଦୃଶ୍ୟ ଦେଖୁବାକୁ...

ଲକ୍ଷ୍ମୀ ପୂଜା ପାଇଁ ସ୍ଥାପନ ହେଲା ଶୁଭଖୁଣ୍ଟି

ଦାରିଙ୍ଗବାଡି, ୨୪।୯ (ଅରୁଣ ସାହୁ): ଆସିଲା ପାର୍ବଣ ଋତୁ। ଏଥିପାଇଁ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଧୀରେ ଧୀରେ ଉତ୍ସବ ମୁଖର ହେବାରେ ଲାଗିଛି।...

ଶିଶୁ, ପ୍ରସୂତି, ଗର୍ଭବତୀ ମା’ମାନଙ୍କ ଜୀବନ ସହ ଖେଳ, ଛତୁଆରେ ମିଶାଯାଉଛି…

ରାଜନଗର, ୨୪ା୯(ଭାସ୍କର ରାଉତରାୟ): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ଅଞ୍ଚଳରେ କୋମଳମତି ଶିଶୁ, ପ୍ରସୂତି ଏବଂ ଗର୍ଭବତୀ ମା’ମାନଙ୍କ ଜୀବନ ସହ ଖେଳାଯାଉଛି। ପୁଷ୍ଟିକର ଛତୁଆ...

ଗାଁ ରାସ୍ତା ପାଇଁ ବିଡ଼ିଓଙ୍କୁ ଭେଟିଲେ ଡାକ୍ତରୀ ଛାତ୍ରୀ ଲିନ୍‌ସା

ଦାରିଙ୍ଗବାଡି, ୨୪।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବାଡାବାଙ୍ଗା ପଞ୍ଚାୟତ ର ଡାକ୍ତରୀ ଛାତ୍ରୀ ଲୀନ୍ସା ପ୍ରଧାନ ମଙ୍ଗଳବାର ସ୍ଥାନୀୟ ବିଡ଼ିଓ ଗଦାଧର ପାତ୍ରଙ୍କୁ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri