ଓ୍ବାଶିଂଟନ,୩।୧୨: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ କାର୍ଯ୍ୟକାଳ ଆରମ୍ଭରେ କେତେକ ଶିଶୁ ସେମାନଙ୍କ ମାତା-ପିତା ଏବଂ ପରିବାରଠାରୁ ଅଲଗା ହୋଇଯାଇଥିଲେ। ଆମେରିକାରେ ଅନୁପ୍ରବେଶ କରୁଥିବା ସମୟରେ କରାଯାଇଥିବା କାର୍ଯ୍ୟାନୁଷ୍ଠାନରେ ଶିଶୁମାନେ ଅଲଗା ହୋଇଯାଇଥିଲେ। ସେଥିମଧ୍ୟରୁ ଏବେ ୬୨୮ ଶିଶୁ ଆଖିରେ ପରିବାରକୁ ଫେରିବା ସ୍ବପ୍ନ ନେଇ ଅପେକ୍ଷା କରିଛନ୍ତି। ଏକ ମାମଲାର ବିଚାର ସମୟରେ ଫେଡେରାଲ କୋର୍ଟ ପକ୍ଷରୁ ଏସମ୍ପର୍କରେ ସୂଚନା ଦିଆଯାଇଛି। ମୋଟ ୬୬୬ ଶିଶୁ ପରିବାରଠାରୁ ଅଲଗା ହୋଇ ରହିଛନ୍ତି। ବର୍ତ୍ତମାନ ସୁଦ୍ଧା ୩୮ ଶିଶୁ ସେମାନଙ୍କ ପରିବାରକୁ ଫେରିଥିବା କୋର୍ଟ କହିଛନ୍ତି। ଅପରପକ୍ଷରେ ଅନ୍ୟ ୬୨୮ ଜଣ ଶିଶୁଙ୍କ ମଧ୍ୟରୁ ୩୩୩ ଜଣ ଶିଶୁଙ୍କ ମାତା ପିତା ଆମେରିକାରେ ରହିଥିବା କୁହାଯାଉଛି। ସେହିପରି ୨୯୫ ଶିଶୁଙ୍କ ମାତା ପିତା ଆମେରିକା ବାହାରେ ରହିଛନ୍ତି। ୧୬୮ଶିଶୁଙ୍କ ପରିବାର ସମ୍ପର୍କରେ ସୂଚନା ସଂଗ୍ରହ କରାଯାଇପାରିଥିବା କୋର୍ଟ କହିଛନ୍ତି।
Posted inଅନ୍ତର୍ଜାତୀୟ