Categories: ଖେଳ

ଆଇପିଏଲ ୨୦୨୩ର ୬୨ତମ ମ୍ୟାଚ: ଜିଟି-ଏସଆରଏଚ ଲଢ଼େଇ…

ଅହମଦାବାଦ,୧୫।୫ : ଆଇପିଏଲ ୨୦୨୩ର ୬୨ତମ ମ୍ୟାଚରେ ଗୁଜରାଟ ଟାଇଟନ୍ସ(ଜିଟି) ସୋମବାର ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ)କୁ ଭେଟିବ। ଏହି ମ୍ୟାଚ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ସନ୍ଧ୍ୟା ସାଢ଼େ ୭ଟାରେ ଖେଳାଯିବ। ପଏଣ୍ଟ ଟେବୁଲରେ ଜିଟି ଦଳ ପ୍ରଥମ ସ୍ଥାନରେ ଏବଂ ଏସଆରଏଚ ଦଳ ନବମ ସ୍ଥାନରେ ରହିଛି। ଜିଟି ୧୨ ଟି ମ୍ୟାଚ ଖେଳିଛି ଏବଂ ସେଥିରୁ ୮ ଟି ଜିତିଛି ଏବଂ ୪ ଟି ହାରିଛି । ଜିଟିର ପଏଣ୍ଟ ୧୬ ରହିଛି। ଏଥି ସହିତ ଏସଆରଏଚ ୧୧ ଟି ମ୍ୟାଚ ଖେଳିଛି। ଏହାର ପଏଣ୍ଟ ୮ ରହିଛି। ଏସଆରଏଚ ୪ଟି ମ୍ୟାଚ ଜିତି ୭ଟିରେ ହାରିଛି।

ଗୁଜରାଟ ଟାଇଟାନ୍ସ ଦଳରେ ରିଦ୍ଧିମାନ ଶାହା (ଓ୍ବିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ବିଜୟ ଶଙ୍କର, ଡେଭିଡ ମିଲର, ରାହୁଲ ତେୱାଟିଆ, ଅଭିନାଭ ମନୋହର, ମୋହିତ ଶର୍ମା, ରସିଦ ଖାନ, ମହମ୍ମଦ ଶାମି, ଅଲଜାରୀ ଜୋସେଫ, ନୁର ଅହମ୍ମଦ, ଶୁଭମାନ ଗିଲ, ଶ୍ରୀକର ଭାରତ , ରବିଶ୍ରୀନିବାସନ ସାଇ କିଶୋର, ସାଇ ସୁଦର୍ଶନ, ଦାସୁନ ଶାନାକା, ଜୟନ୍ତ ଯାଦବ, ପ୍ରଦୀପ ସାଙ୍ଗୱାନ, ମାଥ୍ୟୁ ୱେଡ, ଓଡିଆନ ସ୍ମିଥ, ଦର୍ଶନ ନାଲକାଣ୍ଡେ, ଉର୍ବିଲ ପଟେଲ, ୟଶ ଦୟାଲ ରହିଛନ୍ତି।

ସେହିପରି ସନରାଇଜର୍ସ ହାଇଦ୍ରାବାଦ ଦଳରେ ଆଡେନ ମାର୍କ୍ରାମ (ଅଧିନାୟକ), ହେନ୍ରିଚ କ୍ଲାସେନ (ଓ୍ବିକେଟ କିପର), ଅଭିଷେକ ଶର୍ମା, ଅନମୋଲପ୍ରୀତ ସିଂ, ରାହୁଲ ତ୍ରିପାଠୀ, ଗ୍ଲେନ ଫିଲିପ୍ସ, ଅବଦୁଲ ସମଦ, ଟି ନାଟରାଜନ, ମାୟାନକ ମାର୍କାଣ୍ଡେ, ଭୁବନେଶ୍ୱର କୁମାର, ଫଜଲହକ ଫାରୁକି, ଭିଭ୍ରାଣ୍ଟ ଶର୍ମା, ଅକିଲ ହୋସେନ, ସମାର୍ଥ ଭାୟସ, ମାୟାନ୍କ ଦାଗର, ଉପେନ୍ଦ୍ର ଯାଦବ, ହ୍ୟାରି ବ୍ରୁକ, କାର୍ତ୍ତିକ ତ୍ୟାଗି, ସାନବୀର ସିଂ, ମାର୍କୋ ଜାନସେନ, ନୀତୀଶ ରେଡ୍ଡୀ, ଉମରନ ମଲିକ ପ୍ରମୁଖ ଅଛନ୍ତି।

 

Share