ଛତ୍ରପୁର,୧।୭(ଡି.ଏନ୍.ଏ.): କୋଭିଡ-୧୯ ଗାଇଡଲାଇନ୍କୁ କାର୍ଯ୍ୟକାରୀ କରିବା ଆଗାମୀ ଦିନରେ ଗଞ୍ଜାମ ପୋଲିସ ପାଇଁ ଚ୍ୟାଲେଞ୍ଜ ରହିଛି। ମାସ୍କ ପିନ୍ଧିବା, ସାମାଜିକ ଦୂରତ୍ୱ, ଘରେ ରହିବା, ମେଡିକାଲ ବ୍ୟତୀତ ଅନ୍ୟ କାର୍ଯ୍ୟ ପାଇଁ ବାଇକ ବ୍ୟବହାର ନ କରିବା ଏବଂ ସରକାରଙ୍କ ଗାଇଡ୍ଲାଇନ ପାଳନ କରିବାକୁ ଜନସାଧାରଣଙ୍କୁ ଗଞ୍ଜାମ ଏସ୍ପି ବ୍ରିଜେଶ କୁମାର ରଏ ପରାମର୍ଶ ଦେଇଛନ୍ତି। ଏଥିରେ ଖିଲାପ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବାକୁ ସମସ୍ତ ଥାନା ଅଧିକାରୀଙ୍କୁ ବୁଧବାର ଏକ ବୈଠକରେ ଏସ୍ପି ନିର୍ଦ୍ଦେଶ ଦେଇଛନ୍ତି। ଏହିସବୁ ଗାଇଡଲାଇନ୍କୁ ପାଳନ କଲେ କରୋନାକୁ ଆମେ ହରାଇ ପାରିବା ବୋଲି ଏସ୍ପି କହିଛନ୍ତି। ବର୍ତମାନ ସୁଦ୍ଧା ମାସ୍କ ପିନ୍ଧି ନ ଥିବା ୨୫୦୦ ଜଣଙ୍କଠାରୁ ଗଞ୍ଜାମ ପୋଲିସ ୧୨ ଲକ୍ଷ ଟଙ୍କା ଜରିମାନା ଆଦାୟ କରିଛି।