ଖୋଲିବ ୬୩ ଆଦର୍ଶ ବିଦ୍ୟାଳୟ

ଭୁବନେଶ୍ୱର, ୩୦।୧୨(ବ୍ୟୁରୋ): ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ବୁଧବାର ଜିଲା ଶିକ୍ଷା ଅଧିକାରୀମାନଙ୍କ ସମୀକ୍ଷା ବୈଠକ ପଟିଆସ୍ଥିତ ଓ-ହବ୍‌ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଉନ୍ନୟନ କମିଶନର(ଡିସି) ପ୍ରଦୀପ ଜେନା ଯୋଗଦାନ କରି ରାଜ୍ୟର ଶିକ୍ଷା ବିକାଶ ଏବଂ ଜିଲା ଶିକ୍ଷା ଅଧିକାରୀମାନଙ୍କ ଉଦ୍ଦେଶ୍ୟରେ କହିଛନ୍ତି, ଶିକ୍ଷାକ୍ଷେତ୍ରରେ ଆମର ମାନବିକ ସ୍ବଭାବକୁ ଜାଗ୍ରତ କରିବାକୁ ପଡ଼ିବ। ଶିକ୍ଷା ଅଧିକାରୀମାନେ ସ୍କୁଲ ପରିଦର୍ଶନ କରିବା, ଶିକ୍ଷକ ଏବଂ ଅଭିଭାବକମାନଙ୍କ ସହିତ ଆଲୋଚନା କରିବା ଏବଂ ଅତ୍ୟନ୍ତ ନିଷ୍ଠା ଓ ଆନ୍ତରିକତାର ସହ କ୍ରିୟାଶୀଳ ପ୍ରଦର୍ଶନ, ନିୟମିତତା ଓ ଶୃଙ୍ଖଳା ବଜାୟ ରଖିବା ଆବଶ୍ୟକ। ଆସନ୍ତା ବର୍ଷ ୬୩ଟି ନୂଆ ଆଦର୍ଶ ବିଦ୍ୟାଳୟ ଖୋଲିବ ବୋଲି ସତ୍ୟବ୍ରତ ସୂଚନା ଦେଇଛନ୍ତି।
ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ବୈଠକରେ ବିଭାଗ ତରଫରୁ ଗୁଣାତ୍ମକ ଶିକ୍ଷା ନିମନ୍ତେ ନିଆଯାଉଥିବା ସମସ୍ତ ଅଭିନବ ପଦକ୍ଷେପ ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି। ଆଦର୍ଶ ବିଦ୍ୟାଳୟ ନିର୍ମାଣ କାର୍ଯ୍ୟ, ଛାତ୍ରୀଛାତ୍ରଙ୍କ ନିମନ୍ତେ ଛାତ୍ରାବାସ ଗୃହ ଏବଂ ଭିତ୍ତିଭୂମି ନିର୍ମାଣ ନିମନ୍ତେ ସରକାରଙ୍କ ଅର୍ଥର କୌଣସି ଅସୁବିଧା ସୃଷ୍ଟି ହେବନାହିଁ। ଆଦର୍ଶ ବିଦ୍ୟାଳୟ ଲାଗି ଡିଇଓମାନେ ଗୁଣାତ୍ମକ ଆସବାବପତ୍ର କିଣିବେ। ଆବଶ୍ୟକ ସ୍ଥଳେ ଅଧିକ ଖର୍ଚ୍ଚ ବହନ କରାଯିବ। ଆଦର୍ଶ ବିଦ୍ୟାଳୟ ଲାଗି ପ୍ରବେଶିକା ପରୀକ୍ଷା ଆସନ୍ତା ଫେବୃଆରୀ ୧୮ରେ କରାଯିବ। ଏଥିଲାଗି ଡିଇଓମାନେ ଆବଶ୍ୟକୀୟ ପ୍ରଚାରପ୍ରସାର କରିବେ। ୨୦ଟି ଡିଜିଟାଲ୍‌ ଲାଇବ୍ରେରୀ ପ୍ରତିଷ୍ଠା ଉପରେ ଆଲୋଚନା ହୋଇଛି। ଆସନ୍ତା ୩ରୁ ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ନିମନ୍ତେ ବିଦ୍ୟାଳୟ ଖୋଲୁଥିବାରୁ ସ୍କୁଲର ସଫେଇ ଓ ବିଶୋଧନ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରାଯିବ। ମାତ୍ର କୌଣସି ପରିସ୍ଥିତିିରେ ପିଲାମାନଙ୍କୁ ସ୍କୁଲ ଆସିବାକୁ ବାଧ୍ୟ କରାଯିବ ନାହିଁ ବୋଲି ବୈଠକରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri