କମୁଛି ସଂକ୍ରମଣ: ଭୁବନେଶ୍ୱରରେ ଆଜି ଚିହ୍ନଟ ହେଲେ ୬୩ ଆକ୍ରାନ୍ତ; ୪୮ ଲୋକାଲ କେସ୍‌

ଭୁବନେଶ୍ୱର,୧୦।୧୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମିବାରେ ଲାଗିଛି। ମଙ୍ଗଳବାର ସହରରେ ୬୩ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା ୨୯୮୩୭କୁ ବୃଦ୍ଧି ପାଇଛି। ତେବେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୧୫ଜଣ ଥିବା ବେଳେ ୪୮ ଲୋକାଲ କେସ୍‌ ରହିଛି। ସେହିଭଳି ୯୩ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।

Share