Categories: ଫୁରସତ

୪୦ ବର୍ଷ ହେବ କେଶ କାଟିନାହାନ୍ତି ଏହି ବ୍ୟକ୍ତି, ଛାତ ଉପରେ ଛିଡା ହେଲେ…

ନିଜ ସଉକ ପୂରଣ ପାଇଁ ଲୋକେ ଯେକୌଣସି ସ୍ତରକୁ ଯାଇପାରନ୍ତି। କାହାର ଦାଢି ବଢାଇବାର ତ ଆଉ କାହାର କେଶ ବଢାଇବାର ସଉକ ଥାଏ। ଆଜିକାଲି ସୋସିଆଲ ମିଡିଆରେ ଏଭଳି ଜଣେ ବ୍ୟକ୍ତିଙ୍କ ଭିଡିଓ ଭାଇରାଲ ହୋଇଛି, ଲୋକମାନେ ତାଙ୍କ କେଶ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
AMAICA VIRAL ନାମକ ଏକ ଆକାଉଣ୍ଟ ଦ୍ୱାରା ଶେୟାର ହୋଇଥିବା ଏହି ଭିଡିଓରେ ଜଣେ ୬୩ ବର୍ଷ ବୟସ୍କ ବ୍ୟକ୍ତି ତାଙ୍କର ଲମ୍ବା କେଶ ସହିତ ନଜର ଆସିଛନ୍ତି। ବ୍ୟକ୍ତି ଜଣଙ୍କ ଏକ ମହଲା ଘରର ଛାତ ଉପରେ ଠିଆ ହୋଇଛନ୍ତି, ତାଙ୍କ କେଶ ଖୋଲା ଅଛି ଏବଂ ତାଙ୍କ କେଶ ତଳେ ଭୂମି ସ୍ପର୍ଶ କରୁଥିବା ଦେଖାଯାଉଛ। ଧଳା ଏବଂ ବାଦାମୀ କେଶକୁ ବଢାଇବାରେ ୪୦ ବର୍ଷ ଅତିବାହିତ କରିଛନ୍ତି। କୁହାଯାଉଛି ଯେ ସେ ଏହି ୪୦ ବର୍ଷ ମଧ୍ୟରେ କେବେ ବି କେଶ କାଟି ନାହାଁନ୍ତି। ଏହି ଭିଡିଓକୁ ଦୁଇ ଦିନ ମଧ୍ୟରେ ସୋସିଆଲ ମିଡିଆରେ ୧୯ ଶହରୁ ଅଧିକ ଲାଇକ ମିଳିଛି।

Share