ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ୍‌ର ୬୩ ବର୍ଷର ପରମ୍ପରା: ଦୀପାବଳି ଶୁଭ ମୂହୁର୍ତ୍ତ ଟ୍ରେଡିଂ; ସନ୍ଧ୍ୟା ୬ଟା ୧୫ରୁ ୭ଟା ୧୫ ପର୍ଯ୍ୟନ୍ତ ଘଣ୍ଟେ ପାଇଁ ହେବ ଅନୁଷ୍ଠିତ

ମୁମ୍ବାଇ,୧୪।୧୧: ଦୀପାବଳି ଉପଲକ୍ଷେ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ୍‌ର ୬୩ ବର୍ଷର ପରମ୍ପରା ଶୁଭ ମୂହୁର୍ତ୍ତ ଟ୍ରେଡିଂ ଶନିିବାର ସନ୍ଧ୍ୟା ୬ଟା ୧୫ରୁ ୭ଟା ୧୫ ପର୍ଯ୍ୟନ୍ତ ଘଣ୍ଟେ ପାଇଁ ଅନୁଷ୍ଠିତ ହେବ। ସନ୍ଧ୍ୟା ୬ଟାରୁ ୬ଠା ୮ ପ୍ରର୍ଯ୍ୟନ୍ତ ପ୍ରି-ଓପନ ମୂହୁର୍ତ୍ତ ଆରମ୍ଭ ହେବ। ସେହିପରି ଶୁଭ ମୂହୁର୍ତ୍ତର କ୍ଲୋଜିଂ ୭ଟା ୨୫ରୁ ୭ଟା ୩୫ ମଧ୍ୟରେ ହେବ। ଏହି ପରମ୍ପରା ୧୯୫୭ରୁ ଆରମ୍ଭ ହୋଇଥିଲା। ସେହିପରି ଏନ୍‌ଏସ୍‌ଇରେ ଶୁଭ ମୂହୁର୍ତ୍ତ ଟ୍ରେଡିଂ ୧୯୯୨ଠାରୁ ଅନୁଷ୍ଠିତ ହୋଇଆସୁଛି। ଏହି ଧାର୍ଯ୍ୟ ସମୟରେ ନିବେଶକ ଶେୟାର ବଜାରରେ ନିବେଶ କରିଥାନ୍ତି। ଶୁଭ ମୂହୁର୍ତ୍ତ ଟ୍ରେଡିଂରେ ଅଧିକାଂଶ ନିବେଶକ ଅର୍ଡର କିଣାରେ ନିବେଶ କରିଥାନ୍ତି।

Share