Categories: ଜାତୀୟ

୬୩୨ ଗଛକୁ କରାଯିବ ସ୍ଥାନାନ୍ତରଣ…

ନୂଆଦିଲ୍ଲୀ,୧୦।୧୦: ସରକାରୀ ଆବାସିକ କଲୋନୀର ନବୀକରଣ ପାଇଁ ଦିଲ୍ଲୀରେୀ ୬୩୨ ଗଛକୁ ସ୍ଥାନାନ୍ତର କରାଯିବ। ଦକ୍ଷିଣ ଦିଲ୍ଲୀର କସ୍ତୁରବା ନଗରରେ ଥିବା ସରକାରୀ ଆବାସିକ କଲୋନୀର କେତେକ ଅଂଶ ଭାଙ୍ଗିରୁଜି ଯାଇଥିବାରୁ ଏହାର ମରାମତି ହେବ। ସେଥିପାଇଁ ୩୨ଟି ଗଛକୁ କାଟିବାକୁ ମଧ୍ୟ ପଡ଼ିବ। ଏନେଇ ଦିଲ୍ଲୀ ବନ ବିଭାଗ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି। କଟାଯାଉଥିବା ଗଛ ମଧ୍ୟରେ ୧୩ଟି ଶୁଖିଲା ଗଛ ରହିଛି।

ସାତ ବର୍ଷ ମଧ୍ୟରେ ବୃକ୍ଷରୋପଣ ଏବଂ ରକ୍ଷଣାବେକ୍ଷଣ ପାଇଁ ଖର୍ଚ୍ଚ ହୋଇଥିବା ଟଙ୍କା କ୍ଷତିପୂରଣ ବାବଦରେ ଦାଖଲ କରାଯିବ। ଏନେଇ ବିକାଶ କାର୍ଯ୍ୟ କରୁଥିବା ଏଜେନ୍ସି ଏବଂ କେନ୍ଦ୍ରୀୟ ଲୋକ ନିର୍ମାଣ ବିଭାଗ (ସିପିଡବ୍ଲ୍ୟୁଡି) କୁ ୩.୭୧ କୋଟି ଟଙ୍କା ଜମା କରିବାକୁ ବନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଜାରି ହୋଇଛି। କ୍ଷତିପୂରଣ ଭାବେ ରୋହିଣୀର ଉତ୍ସବ ମାର୍ଗରେ ନିମ, ସୁନାରୀ, ପିପଲ, ବରଗଛ , ଅର୍ଜୁନ ଆଦି ମୋଟ ୬,୫୧୦ ଟି ବୃକ୍ଷଚାରା ରୋପଣ କରାଯିବ।

ଗତ ବର୍ଷ ଡିସେମ୍ବରରେ ପ୍ରକାଶିତ ଅଧିସୂଚନା ଅନୁଯାୟୀ, ବିକାଶକାରୀ ସଂସ୍ଥାଗୁଡ଼ିକୁ ଅତିକମରେ ୮୦ ପ୍ରତିଶତ ଗଛକୁ ସ୍ଥାନାନ୍ତର କରିବାକୁ ପଡିବ। ପ୍ରତ୍ୟେକ କଟା ଯାଇଥିବା ଗଛ ପାଇଁ ଦଶଟି ବୃକ୍ଷଚାରା ରୋପଣ କରିବା ବାଧ୍ୟତାମୂଳକ।

Share