୩ୟ ତ୍ରୈମାସରେ ୬୩୯ କୋଟିର ନେଟ୍‌ ଲାଭ

ନୂଆଦିଲ୍ଲୀ,୨୨।୧(ଅଭୟ ଦାଶ): ୟୁକୋ ବ୍ୟାଙ୍କର ତୃତୀୟ ତ୍ରୈମାସିକ ଆର୍ଥିକ ଫଳାଫଳ ମଙ୍ଗଳବାର ପ୍ରକାଶ ପାଇଛି। ଏପରିକି ୨୦୨୪ ଡିସେମ୍ବର ମାସ ଶେଷ ସୁଦ୍ଧା ବ୍ୟାଙ୍କ ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୈମାସରେ ୨୭.୦୪% ଅଭିବୃଦ୍ଧି ହାର ହାସଲକରି ୬୩୯ କୋଟି ଟଙ୍କାର ନେଟ୍‌ ଲାଭ ସଂଗ୍ରହ କରିଛି, ଯାହା ପୂର୍ବ ବର୍ଷ ଏହି ସମୟରେ ୫୦୩ କୋଟି ଟଙ୍କା ଥିଲା।
ସେହିଭଳି ବ୍ୟାଙ୍କର ସକଳ ଅଗ୍ରିମରେ ୨୨.୦୧% ବୃଦ୍ଧି ଘଟି ୧,୧୪,୩୫୦ କୋଟି ଟଙ୍କାରେ ପହଞ୍ଚତ୍ଛି। ୨୦୨୪ ଡିସେମ୍ବର ଶେଷ ସୁଦ୍ଧା ବ୍ୟାଙ୍କର ସମୁଦାୟ ବ୍ୟବସାୟିକ ଅଭିବୃଦ୍ଧି ୪, ୮୮,୯୧୧ କୋଟିରେ ପହଞ୍ଚତ୍ଛି। ବ୍ୟାଙ୍କର ନେଟ୍‌ ସୁଧ ଆୟରେ ୧୯.୬୨% ବୃଦ୍ଧି ଘଟି ୨,୩୭୮କୋଟିରେ ପହଞ୍ଚତ୍ଛି।
ସେହିପରି ତୃତୀୟ ତ୍ରୈମାସିକ ସୁଦ୍ଧା ବ୍ୟାଙ୍କର ନେଟ୍‌ ସୁଧ ମାର୍ଜିନ ୩.୧୭% ବୃଦ୍ଧି ପାଇଥିବାବେଳେ ପୁଞ୍ଜି ସ୍ବଚ୍ଛଳତା ହାର (ସିଆର୍‌ଏଆର୍‌) ୧୬.୨୫% ବୃଦ୍ଧି ପାଇଛି। ବ୍ୟାଙ୍କର ପ୍ରୋଭିଜନ୍‌ କଭରେଜ ରେସିଓ (ପିସିଆର୍‌) ୯୬.୧୬% ରେ ପହଞ୍ଚତ୍ଛି। ବ୍ୟାଙ୍କର ପରିଚାଳନାଗତ ଲାଭ ୪୧.୭୩% ଅଭିବୃଦ୍ଧି ହାରରେ ୧,୫୮୬ କୋଟି ଟଙ୍କାରେ ପହଞ୍ଚତ୍ଛି। ବ୍ୟାଙ୍କର ମୋଟ୍‌ ଏନ୍‌ପିଏ ୯୪ବିପିଏସ୍‌ ହ୍ରାସ ପାଇ ୨.୯୧%ରେ ପହଞ୍ଚତ୍ଛି। ବ୍ୟାଙ୍କର ନେଟ୍‌ ଏନ୍‌ପିଏ ୩୫ ବିପିଏସ୍‌ ହ୍ରାସ ପାଇ ୦.୬୩% ରେ ପହଞ୍ଚତ୍ଛି। ଉଲ୍ଲେଖଯୋଗ୍ୟ,ୟୁକୋ ବ୍ୟାଙ୍କର ୩,୨୬୩ଟି ଘରୋଇ ଶାଖା ରହିଥିବାବେଳେ ହଂକଂ ଓ ସିଙ୍ଗାପୁରଠାରେ ୨ଟି ଶାଖା ଏବଂ ଇରାନ୍‌ରେ ଗୋଟିଏ ପ୍ରତିନିଧି କାର୍ଯ୍ୟାଳୟ ରହିଛି। ବ୍ୟାଙ୍କର ୨,୪୭୮ଟି ଏଟିଏମ୍‌ ଓ ୧୦୬୫୩ଟି ବିସି ପଏଣ୍ଟ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Myanmar Earthquake: ମ୍ୟାନମାରେ ଆସିଥିବା ଭୂକମ୍ପକୁ ନେଇ ଆସିଲା ଚମକାଇବା ଭଳି ଖବର

ନାପିଦାଉ,୨୧।୪: ୨୮ ମାର୍ଚ୍ଚରେ ମ୍ୟାନମାରର ମାଣ୍ଡାଲେ ନିକଟରେ ୭.୭ ତୀବ୍ରତାର ଭୂମିକମ୍ପ ହେବା ପରେ ବୈଜ୍ଞାନିକମାନେ ଗୁରୁତ୍ୱପୂର୍ଣ୍ଣ ସୂଚନା ଶେୟାର କରିଥିଲେ। ଏହା ଏକ ଅସାଧାରଣ...

ରେଲଓ୍ବେ ଷ୍ଟେଶନ ଡଷ୍ଟବିନରୁ ଉଦ୍ଧାର ହୋଇଥିବା ଝିଅ ଆଜି କଲେକ୍ଟରଙ୍କ ସହ ବସି ଲେଖିବେ ଅର୍ଡର, MPSC ପରୀକ୍ଷାରେ…

ଅମରାବତୀ: ଭାଗ୍ୟ କେବେ ଧନ ଉପରେ ନିର୍ଭର କରେ ନାହିଁ। ଭଗବାନ କାହାର ଭାଗ୍ୟରେ କ’ଣ ଲେଖିଛନ୍ତି ତାହା କେହି ଜାଣନ୍ତି ନାହିଁ। ପ୍ରାୟ ଅଢ଼େଇ...

ଧୂମପାନ କରୁଥିଲେ ସାବଧାନ! ଗ୍ରାସ କରୁଛି ଏକ ବିରଳ ରୋଗ, ସତର୍କ କରାଇଲା WHO

ସିଗାରେଟ୍‌ ଟାଣିବା କିମ୍ବା ତମାଖୁ ସେବନ କେବଳ ଫୁସ୍‌ଫୁସ୍‌ ଏବଂ ପାଟିର କ୍ଷତି କରେ ନାହିଁ, ଏହା କ୍ୟାନ୍‌ସର ବା କର୍କଟ ଭଳି ଭୟଙ୍କର ରୋଗର...

ସୁରକ୍ଷାକର୍ମୀଙ୍କୁ ମିଳିଲା ବଡ଼ ସଫଳତା, Encounterରେ ୬ ନକ୍ସଲ ନିପାତ

ଲାଲପନିଆ(ବୋକାରୋ),୨୧।୪: ବୋକାରୋ ଜିଲାର ଲୁଗୁ ପାହାଡ଼ ପାଦଦେଶରେ ନକ୍ସଲ, ପୋଲିସ ଏବଂ ସିଆରପିଏଫ ଟିମ୍‌ ମଧ୍ୟରେ ଏକ ଏନକାଉଣ୍ଟର ଚାଲିଛି। ଏହି Encounterରେ ୬ ଜଣ...

ଫେରିଲା ତାତି: ପୁଣି ପାରଦ ଉପରମୁହାଁ

ଭୁବନେଶ୍ୱର,୨୧ା୪(ଅନୁରାଧା ମହାରଣା): କାଳବୈଶାଖୀ ବର୍ଷା ପାଇଁ କିଛିଦିନ ହେବ ରାଜ୍ୟରେ ତାପମାତ୍ରା କମିଥିଲା। ଗରମ, ଗୁଳୁଗୁଳିରୁ ଲୋକେ ଆଶ୍ୱସ୍ତ ଅନୁଭବ କରୁଥିବାବେଳେ ଏବେ ପାରଦ ପୁଣି...

ବିନା ସୂଚନା ଫଳକରେ ଉନ୍ନୟନ କାର୍ଯ୍ୟ

ନବରଙ୍ଗପୁର,୨୧।୪(ସଦାଶିବ ପ୍ରହରାଜ): ନବରଙ୍ଗପୁର ବ୍ଲକ୍‌ର ବିଭିନ୍ନ ସ୍ଥାନରେ ବିନା ସୂଚନା ଫଳକରେ ବହୁ ଉନ୍ନୟନ କାର୍ଯ୍ୟ ଚାଲିଥିବା ଦେଖିବାକୁ ମିଳିଛି । କିଏ ଓ କେଉଁ...

Mohan Bhagwat:‘ଗୋଟିଏ ମନ୍ଦିର, ଗୋଟିଏ କୂଅ, ଗୋଟିଏ ଶ୍ମଶାନ’, ହିନ୍ଦୁ ଏକତାକୁ ନେଇ ଭାଗବତଙ୍କ ନୂଆ ଫର୍ମୁଲା

ନୂଆଦିଲ୍ଲୀ,୨୧।୪: ବାଂଲାଦେଶ ଏବଂ ପଶ୍ଚିମବଙ୍ଗରେ ହିଂସାର ଭୟଙ୍କର ଦୃଶ୍ୟ ଦେଖିବା ପରେ, ଅନେକ ଲୋକ ହିନ୍ଦୁ ଏକତା ପାଇଁ ଆହ୍ବାନ ଦେଉଛନ୍ତି। ଆରଏସଏସ ମୁଖ୍ୟ Mohan...

ଲିକ ହେଲା ଆମେରିକାର War Plan, Signalରେ ଶେୟାର କରି ଗୁଇନ୍ଦା ସୂଚନା ଦେଲେ ରକ୍ଷା ସଚିବ

ଓ୍ବାଶିଂଟନ,୨୧।୪: ହୁଥି ବିଦ୍ରୋହୀଙ୍କ ଉପରେ ଆକ୍ରମଣ ଯୋଜନା ପୁଣି ଥରେ ପ୍ରକାଶ ପାଇଛି। ଆମେରିକାର ପ୍ରତିରକ୍ଷା ସଚିବ ପିଟ ହେଗସେଥ ମାର୍ଚ୍ଚ ମାସରେ ୟେମେନର ଇରାନ-ସମର୍ଥିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image