Advertisement

୬୪ ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି,୧୬ା୩(ଦୁର୍ଯ୍ୟୋଧନ ପାତ୍ର): ତେଲଙ୍ଗାନା ଭଦ୍ରାଦ୍ରି କତାଗୁଡେମ ଜିଲା ପୋଲିସ ନିକଟରେ ଛତିଶଗଡ ବିଜାପୁର ଓ ସୁକ୍‌ମାର ୬୪ ମାଓବାଦୀ ରବିବାର ଆତ୍ମସମର୍ପଣ କରିଛନ୍ତି। ସୁକ୍‌ମା ଓ ବିଜାପୁରରେ ଏହି ମାଓବାଦୀମାନେ ଦଳ ସଭ୍ୟଭାବେ କାର୍ଯ୍ୟକରି ଆସୁଥିଲେ। ଏମାନଙ୍କ ମଧ୍ୟରୁ ୧୬ ମହିଳା ଥିବା ବେଳେ ୪୮ ପୁରୁଷ ରହିଛନ୍ତି। ଏ ସମସ୍ତ ମାଓବାଦୀ ସଂଗଠନର ଜନ ମିଲିସିଆ, ଡିଭିସିଏମ୍‌, ଏସିଏମ୍‌, ପାର୍ଟି ମେମ୍ବର, ପିପିସିଏମ କ୍ୟାଡରରେ କାର୍ଯ୍ୟ କରୁଥିଲେ। ସଂଗଠନର ହିଡମା ଓ ଦେବା ଭଳି ବଡ ବଡ ନେତାଙ୍କ ଅତ୍ୟାଚାର ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ନିରୀହ ଆଦିବାସୀଙ୍କୁ ହତ୍ୟା କରୁଛନ୍ତି। ତେଣୁ ଏଥିରେ ନିଜ ଜୀବନ ପ୍ରତି ବିପଦ ଥିବା ଓ ବର୍ତ୍ତମାନ ଛତିଶଗଡରେ ପୋଲିସ ପ୍ରତି ସ୍ଥାନରେ କ୍ୟାମ୍ପ ପ୍ରତିଷ୍ଠା କରି ମାଓବାଦୀଙ୍କୁ ଗିରଫ ଓ ମାରୁଛନ୍ତି। ଅନ୍ୟପକ୍ଷରେ ଏହି ବଡ଼ ନେତାମାନେ ଆତ୍ମସମର୍ପଣକାରୀ ମାଓବାଦୀଙ୍କୁ କୌଣସି ସୁରକ୍ଷା ଦେଉ ନ ଥିବାରୁ ନିଜ ଜୀବନପ୍ରତି ବିପଦ ଥିବା ଜାଣି ଏମାନେ ତେଲଙ୍ଗାନା ଭଦ୍ରାଦ୍ରି କତାଗୁଡେମ ଜିଲା ଆଇଜି ଚନ୍ଦ୍ରଶେଖର ରେଡ୍ଡୀଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share
Tags: maiost