ଆଉ ୬୪ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୧।୮(ବ୍ୟୁରୋ): କରୋନା ସଂକ୍ରମଣ କମିଥିଲେ ହେଁ ମୃତକଙ୍କ ସଂଖ୍ୟା କମିବାର ନାଁ ନେଉନାହିଁ। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୬୪ ଜଣ କରୋନାରେ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫,୯୬୬କୁ ବୃଦ୍ଧି ପାଇଛି।

୬୪ ଜଣ ମୃତକଙ୍କ ମଧ୍ୟରୁ ଭଦ୍ରକ, କଟକ ଓ ଖୋର୍ଦ୍ଧାରୁ ୮ ଜଣ ଲେଖାଏ ଥିବା ବେଳେ ସୁନ୍ଦରଗଡ଼ ଓ ପୁରୀରୁ ୭ ଜଣ ଲେଖାଏ, କେନ୍ଦ୍ରାପଡ଼ାରୁ ୪, ଢେଙ୍କାନାଳ ଓ ନୟାଗଡ଼ରୁ ୩ ଜଣ ଲେଖାଏ, ଅନୁଗୋଳ, ବାଲେଶ୍ୱର, ବରଗଡ଼, ଝାରସୁଗୁଡ଼ା ଓ ମୟୂରଭଞ୍ଜରୁ ୨ ଜଣ ଲେଖାଏ ଏବଂ ଗଞ୍ଜାମ, ଜଗତସିଂହପୁର, ଯାଜପୁର, କନ୍ଧମାଳ, କୋରାପୁଟ ଓ ନବରଙ୍ଗପୁରରୁ ଜଣେ ଲେଖାଏ ଅଛନ୍ତି।

ବତ୍ତର୍ମାନ ଖୋର୍ଦ୍ଧା ଜିଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୧୫୩କୁ ବୃଦ୍ଧି ପାଇଥିବା ବେଳେ ଅନୁଗୋଳରେ ୨୫୭, ବାଲେଶ୍ୱରରେ ୧୯୦, ବରଗଡ଼ରେ ୨୮୯, ଭଦ୍ରକରେ ୮୩, କଟକରେ ୩୪୭, ଢେଙ୍କାନାଳରେ ୧୨୦, ଗଞ୍ଜାମରେ ୪୪୩, ଜଗତସିଂହପୁରରେ ୯୯, ଯାଜପୁରରେ ୭୩, ଝାରସୁଗୁଡ଼ାରେ ୧୫୫, କନ୍ଧମାଳରେ ୭୫, କେନ୍ଦ୍ରାପଡ଼ାରେ ୧୩୭, କୋରାପୁଟରେ ୭୩, ମୟୂରଭଞ୍ଜରେ ୨୧୧, ନବରଙ୍ଗପୁରରେ ୬୩, ନୟାଗଡ଼ରେ ୧୪୯, ପୁରୀରେ ୩୬୨ ଓ ସୁନ୍ଦରଗଡ଼ରେ ୫୨୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ରବିବାର ସୂଚନା ଦିଆଯାଇଛି।

Share