ଭୁବନେଶ୍ୱରରୁ ପୁଣି ୬୪ କରୋନା ପଜିଟିଭ ଚିହ୍ନଟ, ସୁସ୍ଥ ହେଲେ ୮୭

ଭୁବନେଶ୍ୱର, ୭।୧୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ଶନିବାର ୬୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୭ଜଣ ରହିଥିବା ବେଳେ ଲୋକାଲ କେସ୍‌ ରହିଛି ୪୭। ସେହିପରି ଆଜି ଭୁବନେଶ୍ୱରରୁ ୮୭ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏ ନେଇ ଭୁବନେଶଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଟୁଇଟ୍‌କରି ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରୁ ୨୯୬୪୭ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୨୮୫୭୩ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୮୭୪ ଜଣ ଏବେ ବି ଚିକିତତ୍ସାଧୀନ ଅଛନ୍ତି। ୧୭୯ ଜଣଙ୍କ ମୃତ୍ୟୁ ଘଟିଛି।

Share