ବରଗଡ଼ରୁ ୬୪ ନୂଆ କରୋନା ପଜିଟିଭ୍‌: ଆକ୍ରାନ୍ତଙ୍କ ସଂଖ୍ୟା ୭୬୦୮ରେ ପହଞ୍ଚିଲା

ବରଗଡ଼ ଅଫିସ,୧୩।୧୦: ବରଗଡ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ମଙ୍ଗଳବାର ଜିଲାରେ ପୁଣି ୬୪ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ସୋହେଲା ବ୍ଲକର ୮, ଭେଡେନ ବ୍ଲକର ୬, ବରଗଡ଼ ପୌରାଞ୍ଚଳରେ ୧୦, ବରଗ ଡ଼ବ୍ଲକର ୪, ଅତାବିରା ବ୍ଲକର ୬, ଅତାବିରା ଏନଏସିର ଜଣେ, ବରପାଲି ବ୍ଲକର ୪, ପଦ୍ମପୁର ବ୍ଲକର ୬, ପଦ୍ମପୁର ଏନଏସିର ୩, ଭଟଲି ବ୍ଲକର ୩, ପାଇକମାଲ ବ୍ଲକର ୩, ଅମ୍ବାଭୋନା ୪, ବିଜେପୁର ବ୍ଲକର ୨, ଗାଇସିଲେଟ ବ୍ଲକର ଜଣେ, ଝାରବନ୍ଧ ବ୍ଲକର ୮ଜଣ ଆକ୍ରାନ୍ତ ରହିଛନ୍ତି। ପରେ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୭୬୦୮ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧୪ଜଣକର ମୃତ୍ୟୁ ହୋଇଥିବା ବେଳେ ୬୮୦୧ ଜଣ ସୁସ୍ଥ ହୋଇଛନ୍ତି । ଅନ୍ୟ ୭୯୩ ଜଣ ବିଭିନ୍ନ କୋଭିଡ ହସ୍ପିଟାଲ ଏବଂ ହୋମ ଆଇସୋଲେଶନରେ ରହି ଚିକିତ୍ସାଧିନ ଅଛନ୍ତି ବୋଲି ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ସୂଚନା ଦେଇଛନ୍ତି।

Share