୬୪ ପ୍ରତିଶତ ଭୋଟର ଟ୍ରମ୍ପଙ୍କୁ ଭୋଟ ଦେବାକୁ ଅମଙ୍ଗ…

ଓ୍ବାଶିଂଟନ,୧୭।୮ : ପ୍ରତିଦିନ ନୂଆ ନୂଆ ଅଭିଯୋଗ ପରେ, ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରିପବ୍ଲିକାନମାନଙ୍କ ମଧ୍ୟରେ ନିଜର ସ୍ଥିତିକୁ ନେଇ ଗର୍ବ ଅନୁଭବ କରୁଛନ୍ତି।
ତେବେ ଆସୋସିଏଟେଡ ପ୍ରେସର ଏକ ନୂତନ ସର୍ଭେ ଅନୁଯାୟୀ, ପ୍ରାୟ ୬୪ ପ୍ରତିଶତ ରିପବ୍ଲିକାନ କହିଛନ୍ତି ସେମାନେ ପୂର୍ବତନ ରାଷ୍ଟ୍ରପତିଙ୍କୁ ୨୦୨୪ରେ ପୁନର୍ବାର ନିର୍ବାଚନ ଲଢନ୍ତୁ ଏହା ସେମାନେ ଚାହୁଁନାହାନ୍ତି।

ଏହି ପ୍ରତିଶତ ପୂର୍ବ ୫୫ ପ୍ରତିଶତ ଠାରୁ ସାମାନ୍ୟ ବୃଦ୍ଧି ପାଇଛି । ସର୍ଭେ ଫଳାଫଳ ସ୍ପଷ୍ଟ ଭାବରେ ସୂଚିତ କରିଛି ଟ୍ରମ୍ପ ରିପବ୍ଲିକାନ ସମର୍ଥନରେ ଥିବାବେଳେ ସାଧାରଣ ନିର୍ବାଚନ ମତଦାନ ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ।

୬୪ ପ୍ରତିଶତ ଆମେରିକୀୟ, ୨୦୨୪ରେ ଟ୍ରମ୍ପଙ୍କୁ ଭୋଟ ଦେବେ ନାହିଁ ବୋଲି ମତପୋଷଣ କରିଛନ୍ତି। ସର୍ଭେ ଫଳାଫଳ ଟ୍ରମ୍ପଙ୍କ ଚିନ୍ତା ବଢ଼ାଇ ଦେଇଛି।

 

Share