ଭୁବନେଶ୍ୱର,୧।୯(ବ୍ୟୁରୋ): ତଦନ୍ତରେ ଉତ୍କର୍ଷତା ଦେଖାଇଥିବା ୬୪ଜଣ ପୋଲିସ ଅଧିକାରୀଙ୍କୁ ‘ମୁଖ୍ୟମନ୍ତ୍ରୀ ମେଡାଲ’ ମିଳିବ। ଆସନ୍ତା ୪ ତାରିଖ ଶନିବାର ଅନୁଷ୍ଠିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଅଧିକାରୀଙ୍କୁ ପୁରସ୍କୃତ କରାଯିବ। ଏନେଇ ଗୃହ ବିଭାଗ ପକ୍ଷରୁ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି।
ଚୟନ ହୋଇଥିବା ଅଧିକାରୀ ରାଜ୍ୟ ପୋଲିସ, ଓଡିଶା ଭିଜିଲାନ୍ସ ଓ ଜିଲା ପୋଲିସରେ କାର୍ଯ୍ୟ କରୁଛନ୍ତି। ରାଜ୍ୟ ସରକାରଙ୍କ ୫-ଟିରେ ପୋଲିସ ବିଭାଗ ଅନ୍ତର୍ଭୁକ୍ତ ହୋଇଥିବ ବେଳେ ଏହି ଅଧିକାରୀମାନେ ଦକ୍ଷତା ସହ କାର୍ଯ୍ୟ କରିଛନ୍ତି। ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ଆୱାର୍ଡ କମିଟି ଏମାନଙ୍କୁ ପୁରସ୍କାର ପାଇଁ ଚୟନ କରିଥିବା ସୂଚନା ଦିଆଯାଇଛି।