ବେଳକୁ ବେଳ ବଢୁଛି ଶିଶୁଙ୍କ ଚିନ୍ତା: ଗତ ୨୪ ଘଣ୍ଟାରେ ୧୦୩ ପିଲା କରୋନା ସଂକ୍ରମିତ

ଭୁବନେଶ୍ୱର,୧୨।୯(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୪୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ ବୟସର ୧୦୩ ଜଣ ଅଛନ୍ତି। ନୂଆ ପଜିଟିଭଙ୍କ ମଧ୍ୟରୁ ୩୮୧ କ୍ୱାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୨୬୮ ଲୋକାଲ କେସ ରହିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ରବିବାର ଟୁଇଟ୍‌ କରି ସୂଚନା ଦିଆଯାଇଛି।

ତେବେ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୩୫ ପଜିଟିଭ ଥିବା ବେଳେ ଅନୁଗୋଳରୁ ୯, ବାଲେଶ୍ୱରରୁ ୩୭, ବରଗଡ଼ରୁ ୨, ଭଦ୍ରକରୁ ୬, ବଲାଙ୍ଗିରରୁ ୫, ବୌଦ୍ଧରୁ ୧, କଟକରୁ ୮୪, ଦେବଗଡ଼ରୁ ୧, ଢେଙ୍କାନାଳରୁ ୨, ଗଜପତିରୁ ୧, ଗଂଜାମରୁ ୫, ଜଗତସିଂହପୁରରୁ ୩୭, ଯାଜପୁରରୁ ୩୦, ଝାରସୁଗୁଡ଼ାରୁ ୬, କଳାହାଣ୍ଡି଼ରୁ ୨, କନ୍ଧମାଳରୁ ୨, କେନ୍ଦ୍ରାପଡ଼ାରୁ ୨୪, କେନ୍ଦୁଝରରୁ ୯, କୋରାପୁଟରୁ ୫, ମାଲକାନଗିରିରୁ ୧, ମୟୂରଭଂଜରୁ ୩୦, ନବରଙ୍ଗପୁରରୁ ୬, ନୟାଗଡ଼ରୁ ୬, ନୂଆପଡ଼ାରୁ ୨, ପୁରୀରୁ ୧୭, ରାୟଗଡ଼ାରୁ ୩, ସମ୍ବଲପୁରରୁ ୯, ସୁନ୍ଦରଗଡ଼ରୁ ୨୫ ଓ ଷ୍ଟେଟ ପୁଲ୍ରୁ ୫୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୬ ହଜାର ୩୬୨କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୧୦,୦୧,୨୫୪ ସୁସ୍ଥ ହୋଇ ସାରିଥିବା ବେଳେ ୬,୯୫୭ ଜଣ ଚିକିତ୍ସାଧୀନ ଅଛନ୍ତି।

Share