ଭୁବନେଶ୍ୱର,୬।୫: ଓଡ଼ିଶାରେ ଆସନ୍ତା ୧୩ ତାରିଖରେ ହେବାକୁ ଥିବା ଲୋକ ସଭା ଓ ବିଧାନସଭା ନିର୍ବାଚନରେ ମୋଟ ୨୪୩ ପ୍ରାର୍ଥୀଙ୍କ ମଧ୍ୟରୁ ୬୫ ଜଣଙ୍କ ନାଁରେ ରହିଛି ଅପରାଧ ମାମଲା। ୪୮ ଜଣଙ୍କ ନାଁରେ ରହିଛି ଜଘନ୍ୟ ଅପରାଧ। ଏହି ରିପୋର୍ଟ ଦେଇଛି ଏଡିଆର ଓ ଓ ଇଲେକସନ ୱାଚ।
ରିପୋର୍ଟ ଅନୁସାରେ ବ୍ରହ୍ମପୁରରୁ ସ୍ବାଧୀନ ଭାବେ ବିଧାୟକ ଭାବେ ଲଢୁଥିବା ପୂର୍ବତନ ମେୟର ଶିବ ଶଙ୍କର ଦାସଙ୍କ ନାଁରେ ରହିଛି ସବୁଠୁ ଅଧିକ ୪୬ଟି କ୍ରିମିନାଲ କେସ୍। ଶିକ୍ଷାଗତ ଯୋଗ୍ୟତାକୁ ଦେଖିଲେ ୪ ଜଣ ଆଦୌ ପାଠ ପଢିନାହାନ୍ତି। ମଇଦାନରେ ଅଛନ୍ତି ମାତ୍ର ୩୨ଜଣ ମହିଳା। ସବୁଠୁ ଧନୀ ପ୍ରାର୍ଥୀ ହେଲେ ଦିଗପହଣ୍ଡିର ବିଜେଡି ବିଧାୟକ ପ୍ରାର୍ଥୀ ବିପ୍ଲବ ପାତ୍ର। ତାଙ୍କର ମୋଟ ସମ୍ପତ୍ତି ୩୩ କୋଟି ୩୬ ଲକ୍ଷରୁ ଅଧିକ।