Categories: ଜାତୀୟ

ଦେଢ଼ ବର୍ଷର ଶିଶୁ ଗିଳିଦେଇଥିଲେ ୬୫ ଗୁଲି: ଜଣାପଡ଼ିବା ପରେ…

ଲକ୍ଷ୍ନୌ, ୧୮।୧୨: ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌର ଜଣେ ଦେଢ଼ ବର୍ଷର ଶିଶୁ ଖେଳିବା ସମୟରେ ଗୋଟିଏ ପରେ ଗୋଟିଏ କରି ୬୫ଟି ଟ୍ୟାବଲେଟ ଚୁମ୍ବକ (ଗୁଲି) ଗିଳିଦେଇଥିଲେ। ୫ ଘଣ୍ଟାର ଅପରେସନ୍‌ ପରେ ଡାକ୍ତରମାନେ ସମସ୍ତ ଗୁଲିକୁ ବାହାର କରିବାରେ ସଫଳ ହୋଇଛନ୍ତି। ଫଳରେ ଶିଶୁର ଜୀବନ ବଞ୍ଚିଯାଇଛି। ବର୍ତ୍ତମାନ ଶିଶୁଟି ସୁସ୍ଥ ଥିବା ଜଣାପଡ଼ିଛି।
ଶିଶୁକୁ ଲଗାତାର ଭାବେ ବାନ୍ତି ହୋଇଥିଲା। ପରିବାର ଲୋକେ ତାଙ୍କୁ ଡାକ୍ତରଙ୍କ ପାଖକୁ ନେଇଥିଲେ। ଡାକ୍ତର ଏକ୍ସ-ରେ କରିବା ପରେ ପେଟରେ ଫୁଲମାଳ ପରି କିଛି ଥିବା ଦେଖିବାକୁ ପାଇଥିଲେ। ପରିବାର ସହ କଥା ହେବା ପରେ ଡାକ୍ତର ଶିଶୁର ଅପରେସନ୍‌ କରି ପେଟରୁ ଉକ୍ତ ଚୁମ୍ବକୀୟ ଗୁଲିଗୁଡିକୁ ବାହାର କରିଥିଲେ। ଚୁମ୍ବକର ଏହି ଗଲିଗୁଡିକ ଅନ୍ତନଳୀରେ ରହିଯାଇଥିଲା।
ଶିଶୁରୋଗ ସର୍ଜନ ଡାକ୍ତର ସୁନୀଲଙ୍କ କହିବାନୁଯାୟୀ, ଅପରେସନ ସମୟରେ ଚୁମ୍ବକୀୟ ଗୁଲି ଏକାଠି ଲାଗିଥିଲା। ଏହି କାରଣରୁ ଏହା ବହୁତ କଷ୍ଟସାଧ୍ୟ ଥିଲା । କିନ୍ତୁ ଶିଶୁଟି ବର୍ତ୍ତମାନ ଭଲ ଅଛି ଏବଂ ଖାଇବା ପିଇବାରେ ତାଙ୍କର କୌଣସି ଅସୁବିଧା ନାହିଁ ବୋଲି ସେ କହିଛନ୍ତି।

Share