Categories: ଜାତୀୟ

୬୫ ପ୍ରତିଶତ ସଂରକ୍ଷଣ ସଂଶୋଧନ ବିଲ ସର୍ବସମ୍ମତି କ୍ରମେ ପାସ୍‌

ପାଟନା,୯।୧୧: ବିହାର ବିଧାନସଭାରେ ୬୫ ପ୍ରତିଶତ ସଂରକ୍ଷଣ ସଂଶୋଧନ ବିଲ ସର୍ବସମ୍ମତି କ୍ରମେ ପାରିତ ହୋଇଛି। ଏହି ସଂଶୋଧନଗୁଡ଼ିକ ରାଜ୍ୟ ସରକାରଙ୍କ ଚାକିରି ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକରେ ସଂରକ୍ଷଣର ନୂତନ ବ୍ୟବସ୍ଥା ପାଇଁ ରହିଛି। ସରକାରୀ ଚାକିରି ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକରେ ସଂରକ୍ଷଣର ପରିସର ବର୍ତ୍ତମାନ ୭୫ ପ୍ରତିଶତ ରହିବ। ବିହାରରେ ବର୍ତ୍ତମାନ ରାଜ୍ୟର ଖାଲିଥିବା ପଦବୀରେ ଅନୁସୂଚିତ ଜାତିକୁ ୨୦ ପ୍ରତିଶତ, ଅନୁସୂଚିତ ଜନଜାତି ୨ପ୍ରତିଶତ, ପଛୁଆ ବର୍ଗଙ୍କୁ ୧୮ ପ୍ରତିଶତ ଏବଂ ଅତ୍ୟଧିକ ପଛୁଆ ବର୍ଗଙ୍କୁ ୨୫ ପ୍ରତିଶତ ସଂରକ୍ଷଣ ମିଳିବ। ଏହି ସଂରକ୍ଷଣ ସମୁଦାୟ ୬୫ ପ୍ରତିଶତ। ତେବେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବିଭାଗର ଲୋକଙ୍କ ପାଇଁ ପୂର୍ବରୁ ୧୦ ପ୍ରତିଶତ ସଂରକ୍ଷଣ ପୂର୍ବରୁ ପ୍ରଯୁଜ୍ୟ ରହିଛି।
ବିରୋଧୀ ଦଳ ଭାଜପା ମଧ୍ୟ ଏହି ବିଲ୍‌କୁ ସମର୍ଥନ ଜଣାଇଛି। ଏବେ ଏହି ବିଲ ବିଧାନ ପରିଷଦରେ ରଖାଯିବ, ଏହା ପାସ ହେବା ପରେ ରାଜ୍ୟପାଳଙ୍କ ନିକଟକୁ ପଠାଯିବ। ରାଜ୍ୟପାଳଙ୍କ ଅନୁମୋଦନ ପରେ ଏହା ଆଇନରେ ପରିଣତ ହେବ।

Share