Categories: ଜାତୀୟ

ଆଶାରାମ ବାପୁଙ୍କ ଉପରେ ଲାଗୁ ହେବ ୬୫ବର୍ଷ ପୁରୁଣା ପେ ରୋଲ ଆଇନ୍‌

ଜୟପୁର,୧୧।୭: ଆଶରାମ ବାପୁଙ୍କ ପେ ରୋଲକୁ ୬୫ବର୍ଷ ପୁରୁଣା ଆଇନ ଅନୁଯାୟୀ ବିଚାର କରାଯିବ। ବଳାତ୍କାର ମାମଲାରେ ଯୋଧପୁର ଜେଲରେ ବନ୍ଦୀ ଜୀବନ କାଟୁଥିବା ଆଶରାମ ୨୦ ଦିନ ପାଇଁ ପେ ରୋଲ ମାଗିଛନ୍ତି। କିନ୍ତୁ ଜିଲ୍ଲା ପରାମର୍ଶଦାତା ପେ ରୋଲ କମିଟି ଏହି ଆବେଦନକୁ ଖାରଜ କରିଦେଇଛନ୍ତି। କମିଟି ଅନୁଯାୟୀ ୨୦୨୧ ନିୟମ ଅନୁଯାୟୀ ପେ ରୋଲରେ ତାଙ୍କୁ ମୁକ୍ତ କରାଯାଇପାରିବ ନାହିଁ। କମିଟିର ଏହି ନିଷ୍ପତ୍ତିରେ ସେ ପୁନର୍ବାର ହାଇକୋର୍ଟରେ ଆବେଦନ କରିଛନ୍ତି।

ରାଜସ୍ଥାନ ହାଇକୋର୍ଟର ଜଷ୍ଟିସ ବିଜୟ ବିଷ୍ଣୋଇ ଏବଂ ଜଷ୍ଟିସ ଯୋଗେନ୍ଦ୍ର କୁମାର ପୁରୋହିତଙ୍କ ଖଣ୍ଡପୀଠ କମିଟିକୁ ଆଶାରାମଙ୍କ ଆବେଦନକୁ ପୁନର୍ବିଚାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟ କହିଛନ୍ତି ଯେ ରାଜସ୍ଥାନ ବନ୍ଦୀ ମୁକ୍ତ ନିୟମ ୧୯୫୮ ଅନୁଯାୟୀ ପେ ରୋଲକୁ ବିଚାର କରାଯିବା ଉଚିତ।

Share