Categories: ଜାତୀୟ

ହଜ୍‌ ପାଇଁ ୬,୫୦୦ କି.ମି. ଚାଲିଲେ

ଲଣ୍ଡନ,୧୨।୭: ବ୍ରିଟେନରେ ରହୁଥିବା ଇରାକୀ-କୁରଦିଶ ବଂଶୋଦ୍ଭବ ଆଦମ ମହମ୍ମଦ (୫୨) ହଜ୍‌ ପାଇଁ ୬,୫୦୦ କି.ମି. ଦୂର ଚାଲିକରି ମକ୍କାରେ ପହଞ୍ଚିଛନ୍ତି। ସାଉଦି ଆରବରେ ପହଞ୍ଚିବା ପାଇଁ ଆଦମ ନେଦରଲ୍ୟାଣ୍ଡ, ଜର୍ମାନୀ, ଅଷ୍ଟ୍ରେଲିଆ, ହଙ୍ଗେରି, ସର୍ବିିଆ, ବୁଲଗେରିଆ, ତୁର୍କୀ, ଲେବାନନ ଏବଂ ଜୋର୍ଡାନ ଦେଶ ଅତିକ୍ରମ କରି ଆସିଛନ୍ତି। ସାଉଦି ଆରବ ମକ୍କାରେ ପହଞ୍ଚିବାକୁ ତାଙ୍କୁ ୧୦ ମାସ ୨୫ ଦିନ ସମୟ ଲାଗିଥିଲା। ଗତବର୍ଷ ଅଗଷ୍ଟ ୧ରୁ ଆଦମ ବ୍ରିଟେନରୁ ନିଜର ଏହି ଯାତ୍ରା ଆରମ୍ଭ କରିଥିଲେ। ପ୍ରତ୍ୟେକ ଦିନ ସେ ୧୭.୮ କି.ମି. ଦୂର ଅତିକ୍ରମ କରୁଥିବାବେଳେ ନିଜ ସାଥୀରେ ସେ ଏକ ଘରତିଆରି ଟ୍ରଲି ଆଣିଥିଲେ, ଯାହାର ଓଜନ ୩୦୦ କେ.ଜି.। ଉକ୍ତ ଟ୍ରଲିରେ ସ୍ପିକର ଖଞ୍ଜା ଯାଇଥିବାବେଳେ ଇସଲାମିକ୍‌ ପ୍ରାର୍ଥନା ଶୁଣି- ଶୁଣି ସେ ଏହି ଯାତ୍ରାକୁ ପୂରା କରିଥିବା କହିଛନ୍ତି। ଆଦମଙ୍କ ଏ ପ୍ରକାର ନିଆରା ପ୍ରୟାସର ମୂଳ କାରଣ ଦୁନିଆରେ ଶାନ୍ତି ଏବଂ ସମାନତାର ମନ୍ତ୍ର ପ୍ରଚାର କରିବା।

Share