କୋରାପୁଟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୬୫୬୫ରେ ପହଞ୍ଚିଲା

କୋରାପୁଟ,୧୦ା୧୦: କୋରାପୁଟ ଜିଲାରେ ଶନିବାର ଆଉ ୪୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାର ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୬,୫୬୫କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ୬୧୨୫ ଜଣ ସୁସ୍ଥ ହୋଇଥିବା ଜଣାଯାଇଛି।
ଶନିବାର ଚିହ୍ନଟ ୪୬ ଆକ୍ରାନ୍ତଙ୍କ ମଧ୍ୟରେ ୨୫ ଜଣ ପୁରୁଷ ଏବଂ ୨୧ ଜଣ ମହିଳା। ପୂର୍ବ ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସି ୨୪ ଓ ୨୨ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଏମାନଙ୍କ ମଧ୍ୟରୁ କୋରାପୁଟ ମ୍ୟୁନିସିପାଲିଟିରୁ ୯ ଜଣ ରହିଥିବାବେଳେ ଜୟପୁର ମ୍ୟୁନିସିପାଲିଟିରୁ ଜଣେ, ସୁନାବେଡ଼ା ମ୍ୟୁନିସିପାଲିଟିରୁ ୫ ଜଣ ଓ କୋଟପାଡ଼ ଏନ୍‌ଏସିରୁ ୨ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି କୋରାପୁଟ ବ୍ଲକ ଅଞ୍ଚଳରୁ ୨, ବୋରିଗୁମ୍ମା ବ୍ଲକରୁ ୫, ବୈପାରୀଗୁଡ଼ାରୁ ୩, ବନ୍ଧୁଗାଁରୁ ୩, ଜୟପୁରରୁ ୨, କୋଟପାଡ଼ରୁ ୨, କୁନ୍ଦ୍ରାରୁ ୨, ଲମତାପୁଟରୁ ୩ , ନନ୍ଦପୁରରୁ ୨, ପଟ୍ଟାଙ୍ଗିରୁ ୩ ଓ ସେମିଳିଗୁଡ଼ା ବ୍ଲକ ଅଞ୍ଚଳରୁ ୨ ଜଣ ପଜିଟିଭ୍‌ ରହିଥିବା ଜିଲାପାଳ ମଧୁସୂଦନ ମିଶ୍ର ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା କୋରାପୁଟ ଜିଲାରେ ମୋଟ୍‌ ୮୬ ହଜାର ୭୨୭ ଜଣଙ୍କର ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ସେଥିରୁ ୮୬ ହଜାର ୩୭୮ ଜଣଙ୍କର ରିପୋର୍ଟ ଆସିଛି। ଏମାନଙ୍କ ମଧ୍ୟରୁ ୬୫୬୫ ଜଣ ପଜିଟିଭ୍‌ ରହିଥିବାବେଳେ ବାକି ସବୁ ରିର୍ପୋଟ ନେଗେଟିଭ୍‌ ରହିଛି ା


Enter your email to get our daily news in your inbox.

All Right Reserved By Dharitri.Com

ମାଙ୍କଡ଼ା ପଥର ବୋଝେଇ ଟ୍ରକ ଜବତ, ଚାଳକ ଫେରାର

ଭୁବନ,୯।୪,( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ବନ ବିଭାଗ ପକ୍ଷରୁ ବୁଧବାର ସକାଳ ସମୟରେ ଏକ ବେଆଇନ ମାଙ୍କଡ଼ା ପଥର ବୋଝେଇ ଟ୍ରକ...

ଅଧିକରୁ ଅଧିକ ବହି କିଣି ଜ୍ଞାନ ଆହରଣ କରିବାକୁ ଛାତ୍ରୀଛାତ୍ରଙ୍କୁ ଆହ୍ବାନ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଓଡ଼ିଆ ପକ୍ଷ ଅବସରରେ ବୁଧବାର ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଆସ ବହିଟିଏ କିଣିବା ଦିବସ ପାଳିତ ହୋଇଯାଇଛି। ଏହି...

ଦୁଇ ବାଇକ ମୁହାଁ ମୁହିଁ ଧକ୍କା : ଜଣେ ମୃତ, ଜଣେ ଗୁରୁତର

ଛତ୍ରପୁର,୯।୪,(ଦିଲ୍ଲୀପ ସାମଲ): ଛତ୍ରପୁର ଥାନା ଅନ୍ତର୍ଗତ ବଡ଼ ମାଧପୁର ଦକ୍ଷିଣକାଳୀ ମନ୍ଦିର ସମ୍ମୁଖ ରାସ୍ତାରେ ଦୁଇ ବାଇକ ମୁହାଁ ମୁହିଁ ଧକ୍କା ହୋଇଛି l ଏଥିରେ...

କୋର୍ଟଙ୍କ ନିର୍ଦ୍ଦେଶ ପରେ OSRTC କାର୍ଯ୍ୟାଳୟର ସମ୍ପତ୍ତି ଆଟାଚ୍‌

ସମ୍ବଲପୁର,୯ା୪: OSRTC କାର୍ଯ୍ୟାଳୟର ସ୍ଥାବର ସମ୍ପତ୍ତି ଆଟାଚ୍‌ ହୋଇଛି। ମୁଦିପଡ଼ାସ୍ଥିତ ରାଜ୍ୟ ପରିବହନ ନିଗମ କାର୍ଯ୍ୟାଳୟ ସମ୍ପତ୍ତି ଆଟାଚ୍‌ ହୋଇଛି। ବସ୍‌ ମାଲିକଙ୍କ ବକେୟା ପ୍ରଦାନ...

ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ

ଲକ୍ଷ୍ମୀପୁର,୯।୪(ଅନନ୍ତ ନାୟକ): କୋରାପୁଟ ଜିଲା ନାଲକୋ ଦାମନଯୋଡି କାରଖାନା ପରିସୀମା ମଧ୍ୟରେ ମାଲବାହୀ ଟ୍ରେନ୍‌ ଇଞ୍ଜିନ ଲାଇନଚ୍ୟୁତ ହୋଇଛି। ମାଲବାହୀ ଟ୍ରେନ୍‌ର ଇଞ୍ଜିନ ରେଳ ଧାରଣାରୁ...

ଛାତ୍ରୀଛାତ୍ରଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନାକଲେ ଅଧ୍ୟକ୍ଷ: ଆଗକୁ ବଢ଼ିବାକୁ…

ଭଞ୍ଜନଗର,୯।୪(ବାବୁଲା ପ୍ରଧାନ): ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ରସାୟନ ବିଜ୍ଞାନ ବିଭାଗ ଯୁକ୍ତ ୩ ଶେଷ ବର୍ଷ ଛାତ୍ରୀଛାତ୍ରଙ୍କୁ ବୁଧବାର ବିଦାୟ ସମ୍ବର୍ଦ୍ଧନା...

ନାବାଳିକାଙ୍କୁ ବଳାତ୍କାର: ଆସିଲା ବଡ଼ ରାୟ

ଫୁଲବାଣୀ,୯।୪(ରାକେଶ କୁମାର ରାଉତ): ଜଣେ ନାବାଳିକା ବଳାତ୍କାର ମାମଲାର ବିଚାର କରି ଫୁଲବାଣୀ ଫାଷ୍ଟ ଟ୍ରାକ ପୋକ୍ସୋ କୋର୍ଟ ବିଚାରପତି କୈଳାସ ଚନ୍ଦ୍ର ସ୍ବାଇଁ ଅଭିଯୁକ୍ତଙ୍କୁ...

ତାତିଲେ ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ: ଦାୟିତ୍ୱ ନେଇଥିବା ସଂସ୍ଥାକୁ କତାଲିକାଭୁକ୍ତ କରିବାକୁ…

ଫୁଲବାଣୀ ଅଫିସ, ୯ା୪(ରାକେଶ କୁମାର ରାଉତ):  ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ଦିନିକିଆ କନ୍ଧମାଳ ଜିଲା ଗସ୍ତରେ ଆସି ଜିଲାସ୍ତରୀୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image