ବୌଦ୍ଧ,୬।୨(ସ୍ବ.ପ୍ର.): ମାର୍ଚ୍ଚ ୧୦ ତାରିଖରୁ ରାଜ୍ୟରେ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। ଏହି ପରିପ୍ରେକ୍ଷୀରେ ବୌଦ୍ଧ ଜିଲାରେ ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ୭୬ ହାଇସ୍କୁଲର ୬୫୯୪ଜଣ ଛାତ୍ରୀଛାତ୍ର ପରୀକ୍ଷା ଦେବେ। ଏନେଇ ଜିଲାପାଳ ସତ୍ୟରଞ୍ଜନ ସାହୁଙ୍କ ଅଧକ୍ଷତାରେ ଜିଲାପାଳଙ୍କ କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ଜିଲାପାଳ ଛାତ୍ରୀଛାତ୍ରମାନେ କିଭଳି ଭଲ ନମ୍ବର ରଖି କୃତକାର୍ଯ୍ୟ ହେବେ ସେ ନେଇ ଗୁରୁତ୍ୱ ଦେବାକୁ ଶିକ୍ଷକ ଓ ଶକ୍ଷୟିତ୍ରୀମାନଙ୍କୁ କହିଥିଲେ। ଏହା ସହ ପରୀକ୍ଷା ପାଇଁ ଶିକ୍ଷକମାନେ ଛାତ୍ରମାନଙ୍କ ପାଇଁ ୩ଟି ଗ୍ରୁପ ଗଠନ କରିବେ। ପରୀକ୍ଷାକୁ ଆଉ ଏକ ମାସ ବାକିଥିବା ବେଳେ ପିଲାମାନେ ପଢିବାକୁ ଚାହିଁଲେ ସକାଳ ୮.୩୦ରୁ ସ୍କୁଲ ଆସିବେ ଓ ଅପରାହ୍ନ ୪ଟାରୁ ୬ଟା ପର୍ଯ୍ୟନ୍ତ ଜଟିଳ ପ୍ରଶ୍ନର ଉତ୍ତର ପଚାରି ଦୂର କରିବାକୁ କହିଥିଲେ। ରବିବାର ସକାଳ ୮.୩୨୦ରୁ ୧୧.୩୦ ପର୍ଯ୍ୟନ୍ତ ଓ ଶନିବାର ୭ଟାରୁ ୧ଟା ପର୍ଯ୍ୟନ୍ତ କ୍ଳାସ ଚାଲିବ ବୋଲି ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ଅତିରିକ୍ତ ଜିଲାପାଳ ବବିତାରାଣି ଦଳବେହେରା, ଜିଲା ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନ କୁମାର ମେହେର, ଗୋଷ୍ଠି ଶିକ୍ଷା ଅଧିକାରୀ ଘନଶ୍ୟାମ ମେହେର, ଶିକ୍ଷକ, ଶିକ୍ଷୟିତ୍ରୀମାନେ ଯୋଗ ଦେଇଥିଲେ।