ରାଜ୍ୟରୁ ୬୫୯୯ କରୋନା ଆକ୍ରାନ୍ତ ଚିହ୍ନଟ, ଆଜି ବି ଖୋର୍ଦ୍ଧା ଆଗରେ

ଭୁବନେଶ୍ୱର,୨୬।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ତେବେ ସୋମବାର ରାଜ୍ୟରୁ ୬,୫୯୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪,୧୪,୦୫୬ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୩୮୨୭ ଜଣ ଚିହ୍ନଟ ହୋଇଥିବା ବେଳେ ୨୭୭୨ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୯୫୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ନୂଆପଡ଼ାରୁ ୫୫୧ ଏବଂ କଳାହାଣ୍ଡିରୁ ୫୧୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଅନୁଗୋଳରୁ ୧୮୭, ବାଲେଶ୍ୱର ୧୩୭, ବରଗଡ଼ ୨୦୩, ଭଦ୍ରକ ୮୭, ବଲାଙ୍ଗୀର ୯୮, ବୌଦ୍ଧ ୭୦, କଟକ ୪୮୮, ଦେବଗଡ଼ ୩୮ ଢେଙ୍କାନାଳ ୨୦, ଗଜପତି ୮୧, ଗଞ୍ଜାମ ୩୨୩, ଜଗତସିଂହପୁର ୯୩, ଯାଜପୁର ୨୩୭, ଝାରସୁଗୁଡ଼ା ୪୩୬, କେନ୍ଦ୍ରାପଡ଼ା ୩୮, କନ୍ଧମାଳ ୩୫, କେନ୍ଦୁଝର ୧୬୬, କୋରାପୁଟ ୬୯, ମାଲକାନଗିରି ୨୨, ମୟୂରଭଞ୍ଜ ୧୮୦, ନବରଙ୍ଗପୁର ୨୨୧, ନୟାଗଡ଼ ୯୧, ପୁରୀ ୧୪୫, ରାୟଗଡ଼ା ୧୧୭, ସମ୍ବଲପୁରରୁ ୨୨୬,ସୋନପୁରରୁ ୧୨୯ ଏବଂ ସୁନ୍ଦରଗଡ଼ରୁ ୪୩୪ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୁଲ୍‌ ସଂଖ୍ୟା ରହିଛି ୨୦୧।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪,୧୪,୦୫୬ରେ ପହଞ୍ଚିଥିବା ବେଳେ ୩,୬୨,୯୩୧ଜଣ ସୁସ୍ଥ ହୋଇଛନ୍ତି। ୪୯,୦୭୫ ଜଣ ଚିକିିତ୍ସିତ ହେଉଛନ୍ତି।

Share