ଭୁବନେଶ୍ୱର,୧୦।୯: ଦେଶର ପ୍ରମୁଖ ସରକାରୀ ଉଦ୍ୟୋଗ ନ୍ୟାଶ୍ନାଲ ମିନେରାଲ ଡେଭେଲପ୍ମେଣ୍ଟ କର୍ପୋରେଶନ (ଏନ୍ଏମ୍ଡିସି)ର ୬୫ତମ ବାର୍ଷିକ ସାଧାରଣ ବୈଠକ (ଏଜିଏମ୍) ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ଏନ୍ଏମ୍ଡିସିର ସମସ୍ତ ଅଂଶଧନକାରୀ (ଶେୟାର ହୋଲ୍ଡର୍ସ)ଙ୍କ ସମେତ ଏନ୍ଏମ୍ଡିସିର ବରିଷ୍ଠ ପଦାଧିକାରୀ ଓ ଅନ୍ୟମାନଙ୍କ ଉପସ୍ଥିତିରେ ଏଜିଏମ୍ର ଆଭିମୁଖ୍ୟ ଓ ଏନ୍ଏମ୍ଡିସିର କାରବାର ଏବଂ ସଫଳତା ଆଦି ସମ୍ପର୍କରେ ବିସ୍ତୃତ ଆଲୋଚନା ଭିସି ଜରିଆରେ କରାଯାଇଥିଲା। ବିଶେଷକରି ମନ୍ତ୍ରଣାଳୟର ନିୟମାବଳୀ ସହ ସେବିର ଗାଇଡ୍ଲାଇନ ଅନୁଯାୟୀ ଉକ୍ତ ବୈଠକ ପରିଚାଳିତ ହୋଇଥିଲା। ଉଲ୍ଲେଖଯୋଗ୍ୟ, ଏନ୍ଏମ୍ଡିସିର ସିଏମ୍ଡି (ଅତିରିକ୍ତ ଦାୟିତ୍ୱ) ଅମିତାଭ ମୁଖାର୍ଜୀ ଏବଂ ନିର୍ଦ୍ଦେଶକ ଅର୍ଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ଉପସ୍ଥିତ ଅଂଶଧନକାରୀ ଓ ଅନ୍ୟମାନଙ୍କୁ ଏନ୍ଏମ୍ଡିସିର ଆଗାମୀ ଦିନର କାର୍ଯ୍ୟକଳାପ ଓ ଚଳିତବର୍ଷର ଆଭିମୁଖ୍ୟ ସହ ବିଗତ ଦିନର ସଫଳତା ଆଦି ସମ୍ପର୍କରେ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଥିଲେ। ଏହି ଅବସରରେ ଏନ୍ଏମ୍ଡିସିର ବୋର୍ଡ ମେମ୍ବର ତଥା ନିର୍ଦ୍ଦେଶକ (ଉତ୍ପାଦନ) ଦିଲୀପ କୁମାର ମହାନ୍ତି, ନିର୍ଦ୍ଦେଶକ (କର୍ମସିଆଲ) ଭି. ସୁରେଶ, ନିର୍ଦ୍ଦେଶକ (ଟେକ୍ନିକାଲ) ବିନୟ କୁମାର, (ସିଏସ୍) ଏ.ଏସ. ପର୍ଦ୍ଧା ଶରାଧୀ ଏବଂ ସ୍ବାଧୀନ ନିର୍ଦ୍ଦେଶକ ସଞ୍ଜୟ ଟଣ୍ଡନ, ଡ. ଅନିଲ କାମ୍ବଲେ, ବିଶାଲ ବାବେର, ସଞ୍ଜୟ ସିଂହ ପ୍ରମୁଖ ଯୋଗଦେଇଥିଲେ। ସୂଚନାଯୋଗ୍ୟ, ଦେଶର ସର୍ବବୃହତ୍ ଲୁହା ପଥର ଉତ୍ପାଦକ ଭାବେ ଏନ୍ଏମ୍ଡିସି ଲିମିଟେଡ୍ ଏକ ଅଗ୍ରଣୀ ସରକାରୀ ଉଦ୍ୟୋଗ ଭାବେ ଅନେକ ସୁନାମ ଅର୍ଜନ କରିଛି।