ସାଧାରଣ ନାଗରିକଙ୍କୁ ଦେବାକୁ ପଡୁଛି ଯୁଦ୍ଧର ମୂଲ୍ୟ

କ୍ୱିଭ,୩୦ ।୪: ରୁଷିଆ ୟୁକ୍ରେନ୍ ଯୁଦ୍ଧକୁ ୬୫ ଦିନ ପୂରଣ ହେଲାଣି । ହେଲେ ଏବେବି ରୁଷିଆ ସେନାଙ୍କ ଆକ୍ରମଣ କମ ହୋଇନାହିଁ । ଯୁଦ୍ଧର ଏହି ଘନଘଟା ମଧ୍ୟରେ ୟୁକ୍ରେନର ବୁଚା ସହରରେ ହୋଇଥିବା ନରସଂହାରକୁ ସାରା ବିଶ୍ୱ ନିନ୍ଦା କରିଛି । ଏହାଦ୍ୱାରା ରୁଷିଆ ସେନାର ବର୍ବରତା ସମ୍ପର୍କରେ ଅନୁମାନ ଲଗାଇଛି ବିଶ୍ୱ । ନିକଟରେ ଜାତିସଂଘ ସେକ୍ରେଟାରୀ ଆଣ୍ଟୋନିଓ ଗୁଟେରସ ବୁଚା ସହର ପରିଦର୍ଶନ କରିଥିଲେ । ସେଠାରେ ସେ ରୁଷିଆ ସେନାଦ୍ୱାରା କରାଯାଇଥିବା ଅତ୍ୟାଚାରର ନିନ୍ଦା କରିଥିଲେ । ବୁଚାରୁ ରୁଷିଆ ସେନା ପ୍ରତ୍ୟାହାର କରାଯିବା ପରେ ସାଧାରଣ ଜନତାଙ୍କୁ ହତ୍ୟା କରାଯାଇଥିବାର ପ୍ରମାଣ ମିଳିଥିଲା । ଏହାକୁ ଦେଖିବା ପରେ ଗୁଟେରସ କହିଛନ୍ତି , ଯୁଦ୍ଧର ସର୍ବୋଚ୍ଚ ମୂଲ୍ୟ ସାଧାରଣ ନାଗରିକଙ୍କ୍‌ୁ ଦେବାକୁ ପଡିଛି । ସୂଚନାଯୋଗ୍ୟ, ରୁଷିଆ-ୟୁକ୍ରେନ୍ ଯୁଦ୍ଧରେ କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଥିବା ବେଳେ ହଜାର ହଜାର ଲୋକଙ୍କ ଜୀବନ ଗଲାଣି । ଉଭୟ ଦେଶ ବହୁ କ୍ଷତି ସହିଥିଲେ ବି କେହି କାହା ଜିଦରୁ ଟଳୁ ନାହାନ୍ତି ।

Share