ଆଜି ରାଜ୍ୟରୁ ୬୬ ପଜିଟିଭ୍‌ ଚିହ୍ନଟ, ବରଗଡ଼ ଆଗରେ

ଭୁବନେଶ୍ୱର,୧୫।୩(ବ୍ୟୁରୋ): ସୋମବାର ରାଜ୍ୟରୁ ୬୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୮,୨୫୮ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୩୯ ଜଣ ଚିହ୍ନଟ ହୋଇଥିବା ବେଳେ ୨୭ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।

ଆଜି ବରଗଡ଼ରୁ ସର୍ବାଧିକ ୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୯ ଏବଂ ମୟୂରଭଞ୍ଜରୁ ୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳରୁ ୩, ବାଲେଶ୍ୱର ୫, କଟକ ୫, ଗଞ୍ଜାମ ୨, ଯାଜପୁର ୬, ଝାରସୁଗୁଡ଼ା ୪, ନୟାଗଡ଼ ୧, ନୂଆପଡ଼ା ୧, ସମ୍ବଲପୁରରୁ ୩ ଏବଂ ସୁନ୍ଦରଗଡ଼ରୁ ୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୮,୨୫୮ରେ ପହଞ୍ଚିଥିବା ବେଳେ ୩,୩୫,୬୬୦ ଜଣ ସୁସ୍ଥ ହୋଇଛନ୍ତି। ୬୨୭ ଜଣ ଚିକିିତ୍ସିତ ହେଉଛନ୍ତି।

Share