Categories: ଜାତୀୟ

ମହିଳା ସଂରକ୍ଷଣ ବିଲ୍‌ ଗୃହୀତ ହେଲେ ୬୬ କୋଟି ମହିଳା ସଶକ୍ତ ହେବେ: ସସ୍ମିତ

ନୂଆଦିଲ୍ଲୀ,୨୭।୭: ବିଜୁ ଜନତା ଦଳ (ବିଜେଡି) ପାର୍ଲାମେଣ୍ଟରେ ମହିଳା ସଂରକ୍ଷଣ ବିଲ୍‌ ଗୃହୀତ କରାଇବା ପାଇଁ ଦାବି କରିଆସୁଛି। ରାଜ୍ୟ ସଭାର ବିଜେଡି ସଦସ୍ୟ ସସ୍ମିତ ପାତ୍ର ବୁଧବାର ଉକ୍ତ ଦାବିକୁ ଦୋହରାଇ କହିଛନ୍ତି, ଏହି ବିଲ୍‌ ପାରିତ ହେଲେ ଭାରତର ୬୬ କୋଟି ମହିଳା ବାସ୍ତବରେ ସଶକ୍ତ ହେବେ। ବିଜେଡି ଲୋକ ସଭା ଏବଂ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ବ୍ୟବସ୍ଥା ଦାବି କରିଆସୁଛି। ୨୦୧୯ରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାତୀୟ ଓ ଆଞ୍ଚଳିକ ଦଳଗୁଡ଼ିକର ସମର୍ଥନ ପାଇଁ ୨୨ଟି ପ୍ରତିନିଧି ଦଳ ପଠାଇଥିଲେ। ଅନେକ ଦଳ ଏହାକୁ ସମର୍ଥନ ପ୍ରତିଶ୍ରୁତି ଦେଇଥିଲେ। ୨୦୧୯ ଲୋକ ସଭା ନିର୍ବାଚନରେ ବିଜେଡି ୩୩% ମହିଳାମାନଙ୍କୁ ପ୍ରାର୍ଥୀ କରିଥିଲା, ଯାହାଙ୍କ ମଧ୍ୟରୁ ଅଧିକାଂଶ ବିଜୟୀ ହୋଇଥିଲେ। କେନ୍ଦ୍ରରେ ଅନେକ ସରକାର ଏହାକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ହେଁ ତାକୁ ପୂରଣ କରି ନାହାନ୍ତି। କେନ୍ଦ୍ର ସରକାର ପାର୍ଲାମେଣ୍ଟରେ ମହିଳା ସଂରକ୍ଷର ବିଲ୍‌ ଆଣି ଗୃହୀତ କରାନ୍ତୁ ବୋଲି ସସ୍ମିତ ଦାବି କରିଛନ୍ତି।

Share