ନୂଆଦିଲ୍ଲୀ,୨୧।୯: ଅପରେଶନ ‘ଗୋଲ୍ଡ ରଶ’ ଅଧୀନରେ ଡିଆରଆଇ ପ୍ରାୟ ସାଢେ ୩୩ କୋଟି ଟଙ୍କା ମୂଲ୍ୟର ସୁନା ବିସ୍କୁଟ ଜବତ କରିଛି। ଉତ୍ତର-ପୂର୍ବ ଦେଶରୁ ମୁମ୍ବାଇ-ପାଟନା-ଦିଲ୍ଲୀକୁ ପ୍ରାୟ ୬୫.୪୬ କିଲୋଗ୍ରାମ ସୁନା ସାମଗ୍ରୀ ଚୋରା ଚାଲାଣ କରାଯାଝଥିଲା। ମିଜୋରାମ ଜରିଆରେ ବହୁ ପରିମାଣରେ ସୁନା ଚୋରା ଚାଲାଣ କରି ଭାରତ ଆସିବାକୁ ଯାଉଛି ବୋଲି ଡିଆରଆଇ ସୂଚନା ପାଇଥିଲା। ଯାହା ପରେ ଅପରେଶନ ‘ଗୋଲ୍ଡ ରଶ’ ଆରମ୍ଭ ହୋଇଥିଲା
ସର୍ବପ୍ରଥମେ, ମହାରାଷ୍ଟ୍ରର ଭୱାଣ୍ଡିରେ ଅପରେଶନ ‘ଗୋଲ୍ଡ ରଶ’ ଅଧୀନରେ ଡିଆରଆଇ ୧୨୦ ସୁନା ବିସ୍କୁଟ ଧରିଥିଲା, ଯାହାର ଓଜନ ପ୍ରାୟ ୧୯.୯୩ କିଲୋଗ୍ରାମ ଏବଂ ଏହାର ମୂଲ୍ୟ ପ୍ରାୟ ୧୦.୧୮ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି। ଏହା ପରେ ପାଟନାରେ ୨୮.୫୭ କିଲୋଗ୍ରାମ ଓଜନର ୧୭୨ ସୁନା ବିସ୍କୁଟ ଜବତ କରାଯାଇଥିଲା। ଦିଲ୍ଲୀରୁ ୧୬.୯୬ କିଲୋଗ୍ରାମ ଓଜନର ୧୦୨ଟି ସୁନା ବିସ୍କୁଟ ଜବତ କରାଯାଇଥିଲା। ଏହାର ମୂଲ୍ୟ ପ୍ରାୟ ୮.୬୯ କୋଟି ଟଙ୍କା ହେବ। ମୋଟ ୩୯୭ ସୁନା ବିସ୍କୁଟ ଜବତ କରାଯାଇଛି, ଯାହାର ଓଜନ ୬୫.୪୬ କିଲୋଗ୍ରାମ ଏବଂ ମୋଟ ମୂଲ୍ୟ ପ୍ରାୟ ୩୩.୪୦ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି।