ଥମୁନି ମୃତ୍ୟୁସଂଖ୍ୟା: ଗତ ୨୪ ଘଣ୍ଟାରେ ଗଲା ୬୬ ଜୀବନ

ଭୁବନେଶ୍ୱର,୧୫।୭(ବ୍ୟୁରୋ): ରାଜ୍ୟରେ ଦୈନିକ ସଂକ୍ରମଣ ପୁଣି ଥରେ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟାରେ ବି ଲାଗୁନି ବ୍ରେକ୍‌। ଗୁରୁବାର ରାଜ୍ୟରେ କରୋନାଜନିତ ୬୬ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୪,୮୬୧କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୧ଜଣ କରୋନାରେ ପ୍ରାଣ ହରାଇଥିବା ବେଳେ ଭୁବନେଶ୍ୱରରୁ କେବଳ ୨୦ଜଣ ରହିଛନ୍ତି। ସେହିପରି ବରଗଡ଼ ଓ ସୁନ୍ଦରଗଡ଼ରୁ ୧୦ଜଣ ଲେଖାଏ ଓ ବାଲେଶ୍ୱରରୁ ୮ ଜଣଙ୍କର କରୋନାରେ ଜୀବନ ଯାଇଛି। ସେହିଭଳିି ସମ୍ବଲପୁରରୁ ୭, ଭଦ୍ରକ ଓ ମୟୂରଭଞ୍ଜରୁ ୨ ଏବଂ ବଲାଙ୍ଗିର, କଟକ ଓ ଗଞ୍ଜାମ, ଜଗତସିଂହପୁର, କଳାହାଣ୍ଡି ଓ ପୁରୀରୁ ଜଣେ ଲେଖାଏ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

Share