୨ ବର୍ଷରେ ବିକ୍ରି ହେଲାଣି ୬୬ ହଜାର ଇଲେକ୍ଟ୍ରିକ ଯାନ

ଭୁବନେଶ୍ୱର,୨୪ା୧୧(ଅନିଲ ଦାସ):ଓଡିଶା ବୈଦ୍ୟୁତିକ ଯାନ ନୀତି-୨୦୨୧ ଲାଗୁ ହେବା ପରଠାରୁ ୨୦୨୩ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ୬୬ ହଜାର ୪୬୭ ଟି ଦୁଇ ଚକିଆ, ୩ ଚକିଆ, ୪ ଚକିଆ ଯାନ ବିକ୍ରି ହୋଇଛି। ସେଥିରୁ ୫୮ ହାଚର ୫୬୩ ଦୁଇ ଚକିଆ ଯାନ ବିକ୍ରି ହୋଇଥିବା ବେଳେ ୬,୩୪୮ ୩ ଚକିଆ, ୧୪୫୪ ମୋଟର କାର, ୫୧ ବସ ଓ ୫୧ଟି ମାଲବାହି ଗାଡି ପଞ୍ଜୀକୃତ ହୋଇଛି।
ଓଡିଶା ବୈଦୁତିକ ଯାନ ନୀତି -୨୦୨୧ ଅନୁଯାୟୀ ଅନୁଯାୟୀ ଏହି ବିଦ୍ୟୁତ ଚାଳିତ ଯାନ ଗୁଡିକୁ ଅକ୍ଟୋବର ୩୧ ତାରିଖ ମଧ୍ୟରେ ୪୩,୧,୪୩,୯୨୪ ଟଙ୍କା ସବ୍‌ସିଡି ଦିଆଯାଇଛି। ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଗୁରୁବାର ବିଧାନସଭାରେ ଏହା କହିଛନ୍ତି।

Share