୬୬ ହଜାର ୟୁକ୍ରେନ୍‌ବାସୀ ରୁଷିଆ ସହିତ ଲଢ଼ିବା ପାଇଁ ସ୍ବଦେଶ ଫେରିଲେ…

କ୍ୱିଭ୍‌, ୫।୩ : ୟୁକ୍ରେନ୍‌ରେ ରୁଷିଆ ପାଇଁ ବାଧା ସାଜିଛନ୍ତି ୟୁକ୍ରେନ୍‌ର ସାଧାରଣ ନାଗରିକ। ଆଖିରେ ଲୁହ, ମନରେ କୋହ ଥିଲେ ବି ମାତୃଭୂମିର ସୁରକ୍ଷା ପାଇଁ ସେମାନେ ହାତରେ ଅସ୍ତ୍ର ଧରିବାରେ ଲାଗିଛନ୍ତି। ଦିନକୁ ଦିନ ଏଭଳି ନାଗରିକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।

ୟୁକ୍ରେନ୍‌ ବାହାରେ ଥିବା ନାଗରିକ ରୁଷିଆ ବିରୋଧରେ ଯୁଦ୍ଧ କରିବା ଲାଗି ସ୍ବଦେଶ ଫେରିବାରେ ଲାଗିଛନ୍ତି। ଏବେ ୬୬ ହଜାର ୟୁକ୍ରେନ୍‌ବାସୀ ବିଦେଶରୁ ସ୍ବଦେଶ ଫେରିଛନ୍ତି। ନିଜ ପ୍ରିୟ ପରିଜନଙ୍କୁ ହରାଇଥିବା ଲୋକେ ଦୁଃଖ ମଧ୍ୟରେ ବି ରୁଷିଆ ସୈନ୍ୟଙ୍କର ମୁକାବିଲା ଲାଗି ଅଣ୍ଟା ଭିଡ଼ିଛନ୍ତି।

ସେମାନେ ମୁଣ୍ଡ ନୋଇବାକୁ ପ୍ରସ୍ତୁତ ନୁହନ୍ତି। ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ପ୍ରଭାବ ସେମାନଙ୍କ ଉପରେ ପଡ଼ିଛି। ସେମାନେ ଆତ୍ମସମର୍ପଣ ତୁଳନାରେ ମୁକାବିଲା ପଥକୁ ବାଛି ନେଇଛନ୍ତି। ମରିବୁ ପଛେ ହାରିବୁ ନାହିଁ ବୋଲି ସେମାନେ କହୁଛନ୍ତି।

Share