ଆଜି ରାଜ୍ୟରୁ ୬୬୪୭ କରୋନା ଆକ୍ରାନ୍ତ ଚିହ୍ନଟ, ରେକର୍ଡ ଭାଙ୍ଗିଲା ଖୋର୍ଦ୍ଧା

ଭୁବନେଶ୍ୱର,୨୪।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ଶନିବାର ରାଜ୍ୟରୁ ୬,୬୪୭ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪,୦୧,୩୪୧ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୩୮୫୫ ଜଣ ଚିହ୍ନଟ ହୋଇଥିବା ବେଳେ ୨୭୯୨ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୧୮୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୭୮୮ ଏବଂ ନୂଆପଡ଼ାରୁ ୫୫୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଅନୁଗୋଳରୁ ୧୪୧, ବାଲେଶ୍ୱର ୫୩, ବରଗଡ଼ ୨୯୦, ଭଦ୍ରକ ୪୧, ବଲାଙ୍ଗୀର ୨୩୪, ବୌଦ୍ଧ ୩୯, କଟକ ୩୩୬, ଦେବଗଡ଼ ୩୪, ଢେଙ୍କାନାଳ ୩୪, ଗଜପତି ୯୬, ଗଞ୍ଜାମ ୧୬୧, ଜଗତସିଂହପୁର ୬୫, ଯାଜପୁର ୧୩୩, ଝାରସୁଗୁଡ଼ା ୩୪୩, କେନ୍ଦ୍ରାପଡ଼ା ୪୭, କନ୍ଧମାଳ ୨୬, କେନ୍ଦୁଝର ୧୮୩, କୋରାପୁଟ ୬୭, ମାଲକାନଗିରି ୧୭, ମୟୂରଭଞ୍ଜ ୧୨୨, ନବରଙ୍ଗପୁର ୨୨୪, ନୟାଗଡ଼ ୧୧୦, ପୁରୀ ୩୯୫, ରାୟଗଡ଼ା ୧୧୬, ସମ୍ବଲପୁରରୁ ୧୭୫ ଏବଂ ସୋନପୁରରୁ ୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୁଲ୍‌ ସଂଖ୍ୟା ରହିଛି ୨୬୬।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୪,୦୧,୩୪୧ରେ ପହଞ୍ଚିଥିବା ବେଳେ ୩,୫୬,୦୦୩ ଜଣ ସୁସ୍ଥ ହୋଇଛନ୍ତି। ୪୩,୩୦୪ ଜଣ ଚିକିିତ୍ସିତ ହେଉଛନ୍ତି।

Share