ମୁମ୍ବାଇ,୨୫।୪: ଆସନ୍ତା ମେ’ରେ ଲୋକ ସଭା ନିର୍ବାଚନ ଥିବାରୁ ଏହାପରେ ୬୬ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତାଙ୍କ ନାଁ ଘୋଷରା କରାଯିବ ବୋଲି ବୁଧବାର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସୂଚନା ଦେଇଛି। ପ୍ରତିବର୍ଷ ଏହି ବିଜେତାଙ୍କ ନାମ ଏପ୍ରିଲ ସୁଦ୍ଧା ଘୋଷଣା କରାଯାଉଥିବା ବେଳେ ଚଳିତ ବର୍ଷ ଲୋକ ସଭା ନିର୍ବାଚନ ଥିବାରୁ ଏହାକୁ ଘୁଞ୍ଚାଇ ଦିଆଯାଇଛି।