୭୧ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା: ଗତ ୨୪ ଘଣ୍ଟାରେ ୬୬ହଜାରରୁ ଊର୍ଦ୍ଧ୍ୱ ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ,୧୨।୧୦: ଭାରତରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି। ସୋମବାର ଦେଶରେ ଗତ ୨୪ଘଣ୍ଟାରେ ୬୬,୭୩୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮୧୬ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୧ଲକ୍ଷ ପାର କରିଛି। ଏହାଛଡ଼ା କରୋନାରେ ସୁସ୍ଥ ହାର ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଦେଶରେ କରୋନାରେ ସଂକ୍ରମିତ ହୋଇଥିବା ସୁସ୍ଥଙ୍କ ହାର ୮୬.୧୭ ପ୍ରତିଶତ ରହିଛି। ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୧,୨୦,୫୩୯ରେ ପହଞ୍ଚିଛି। ସେଥିମଧ୍ୟରୁ ୬୧,୪୯,୫୩୬ଜଣ ସୁସ୍ଥ ହୋଇଥିବା ବେଳେ ୮,୬୧,୮୫୩ ଚିକିତ୍ସାଧିନ ଏବଂ ୧,୦୯,୧୫୦ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି।

Share