Categories: ଜାତୀୟ

କୁକୁରକୁ ଛାଡ଼ିଲେ ନାହିଁ

ଗୁରୁଗ୍ରାମ, ୪ା୧୦: ହରିୟାଣାର ଗୁରୁଗ୍ରାମ ସୋହନା ଅଞ୍ଚଳରୁ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା। ଜଣେ ୬୭ ବର୍ଷୀୟ ବ୍ୟକ୍ତି ତାଙ୍କ ପଡୋଶୀଙ୍କ କୁକୁରକୁ ବଳାତ୍କାର କରିଛନ୍ତି।

ଗତ ୨୮ ତାରିଖରେ ଘରେ କୁକୁରକୁ ନ ପାଇ ଏହାର ମାଲିକ ଖୋଜାଖୋଜି କରିଥିଲେ। କିଛି ସମୟ ପରେ ପଡ଼ୋଶୀଙ୍କ ଘରୁ କୁକୁରର ଭୋକିବା ଶବ୍ଦ ଶୁଣିଥିଲେ। ତା’ ପରେ ପଡ଼ୋଶୀ ସୁରେଶ କୁକୁରକୁ ଯୌନ ନିର୍ଯାତନା ଦେଉଛନ୍ତି। ଏ ନେଇ ସେ ଅଭିଯୋଗ କରିବା ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ଘଟଣା ପ୍ରଘଟ ହେବା ପରେ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଥିଲେ ଅଭିଯୁକ୍ତ। ପରେ କୁକୁରର ମାଲିକ ନରେଶଙ୍କୁ କିଛି ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଯୋଗାଯୋଗ କରାଯାଇଥିଲା। ନରେଶ କହିଥିଲେ, ମୋ ଫୋନରେ ପ୍ରମାଣ ଅଛି। ମୁଁ ଏହାକୁ ରେକର୍ଡ କରି ନ ଥିଲେ, କେହି ମୋ କଥାରେ ବିଶ୍ୱାସ କରି ନ ଥାନ୍ତେ।

Share