ରାଜଧାନୀରେ ଖସୁଛି କରୋନା ଗ୍ରାଫ୍‌: ଆଜି ୬୮ ଚିହ୍ନଟ, ୧୧୫ ସୁସ୍ଥ

ଭୁବନେଶ୍ୱର, ୫।୧୧(ବ୍ୟୁରୋ): ଏଇ କିଛି ଦିନ ହେବ ରାଜଧାନୀ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ଏପରିକି ୧୦୦ ତଳେ ଆକ୍ରାନ୍ତଙ୍କ ସଂଖ୍ୟା ରହୁଛି। ଗୁରୁବାର ରାଜଧାନୀରୁ ୬୮ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୧୪ଜଣ କ୍ୱାରାଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍‌ ରହିଛି ୫୪। ସେହିପରି ୧୧୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ଟୁଇଟ୍‌କରି ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ରାଜଧାନୀରୁ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯,୫୨୨ରେ ପହଞ୍ଚିଛି। ସେଥିମଧ୍ୟରୁ ୨୮,୩୯୫ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୯୩୧ଜଣ ଚିକିତ୍ସାଧୀ ଅଛନ୍ତି। ୧୭୫ ଜଣଙ୍କ ମୃତ୍ୟୁ ଘଟିଛି।

Share