ଜିମ୍‌ରେ ୬୮ ବର୍ଷୀୟାଙ୍କ ଅଭ୍ୟାସ

ନୂଆଦିଲ୍ଲୀ: ସୁସ୍ଥ ରହିବା ପାଇଁ ନିଜକୁ ଫିଟ୍‌ ରଖିବା ନିତାନ୍ତ ଆବଶ୍ୟକ। ବର୍ତ୍ତମାନ ସମୟରେ ଲୋକେ ନିଜ ପାଇଁ ସମୟ ବାହାର କରିବା ଟିକେ କଷ୍ଟ। ହେଲେ ସୋସିଆଲ ମିଡିଆରେ ନିକଟରେ ଏପରି ଏକ ଫଟୋ ଭାଇରାଲ ହେବାରେ ଲାଗିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଜଣେ ୬୮ ବର୍ଷୀୟା ଜିମ୍‌ରେ କସରତ କରୁଥିବା ଦେଖିବାକୁ ମିଳିଛି। ଯେଉଁଥିରେ ମହିଳା ଭାରି ସାମଗ୍ରୀ ଉଠାଉଛନ୍ତି। ଭିଡିଓରେ ଅଜୟ ସାଙ୍ଗୱାନ ନାମକ ଜଣେ ଜିମ୍‌ ଟ୍ରେନର୍‌ ତାଙ୍କ ମା’ କସରତ କରୁଥିବା ନଜରକୁ ଆସିଛନ୍ତି। ତେବେ ଏହି ବୟସରେ ଅନେକ ପୂଜାପାଠ କରୁଥିବା ନଜରକୁ ଆସୁଥିବାବେଳେ ସେ ନିଜ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦେଇ ଜିମ୍‌ ଯାଉଛନ୍ତି। ଅଜୟ ତାଙ୍କ ମା’ଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଛାଡ଼ି ଅନ୍ୟ ମହିଳାଙ୍କୁ ସ୍ବାସ୍ଥ୍ୟର ଧ୍ୟାନ ରଖିବାକୁ ପ୍ରଭାବିତ କରିବାକୁ ପ୍ରୟାସ କରୁଛନ୍ତି। ଭିଡିଓରେ ଅଜୟ ଲେଖିଛନ୍ତି, ତାଙ୍କ ମା’ ସ୍ବାସ୍ଥ୍ୟରେ ପରିବର୍ତ୍ତନ ଆଣିବାକୁ ଜିମ୍‌ ଆସିବାକୁ ନିଷ୍ପତ୍ତି ନେଇଛନ୍ତି। ଭିଡିଓକୁ ଅନେକ ଲୋକ ପସନ୍ଦ କରୁଛନ୍ତି। ଏଥିସହ ଅନେକ ତାଙ୍କଠାରୁ ପ୍ରଭାବିତ ହେବେ ବୋଲି ୟୁଜର୍ସ କହିଛନ୍ତି।