ଭୁବନେଶ୍ୱର,୪।୧(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ୬୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୧୯ ଜଣ ପିଲା ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ କମ୍। ଆକ୍ରାନ୍ତଙ୍କ ମଧ୍ୟରୁ ୩୯୭ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୨୮୩ ଜଣ ଲୋକାଲ କେସ ଥିବା ରାଜ୍ୟ ସୂଚନା ଏବଂ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ ଯୋଗେ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ୧୦ ଲକ୍ଷ ୫୬ ହଜାର ୬୬୦ରେ ପହଞ୍ଚିଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୬୩ ଆକ୍ରାନ୍ତ ଥିବା ବେଳେ ଅନୁଗୋଳରୁ ୧, ବାଲେଶ୍ୱରରୁ ୩୪, ବରଗଡରୁ ୧୪, ବଲାଙ୍ଗୀରରୁ ୪, କଟକରୁ ୫୯, ଦେବଗଡରୁ ୯, ଢେଙ୍କାନାଳରୁ ୧, ଗଜପତିରୁ ୪, ଗଞ୍ଜାମରୁ ୧୨, ଜଗତ୍ସିଂହପୁରରୁ ୭, ଯାଜପୁରରୁ ୭, ଝାରସୁଗୁଡାରୁ ୨୫, କେନ୍ଦ୍ରାପଡାରୁ ୩, କେନ୍ଦୁଝରରୁ ୮, କୋରାପୁଟରୁ ୯, ମୟୂରଭଞ୍ଜରୁ ୮, ନବରଙ୍ଗପୁରରୁ ୧୩, ନୟାଗଡରୁ ୪, ନୂଆପଡାରୁ ୧, ପୁରୀରୁ ୧୫, ରାୟଗଡରୁ ୧ ଆକ୍ରାନ୍ତ ଅଛନ୍ତି। ସେହିପରି ସମ୍ବଲପୁରରୁ ୪୨, ସୋନପୁରରୁ ୬, ସୁନ୍ଦରଗଡରୁ ୬୯ ଥିବା ବେଳେ ଷ୍ଟେଟ ପୁଲ୍ରୁ ୬୧ ଅଛନ୍ତି।