ଆକ୍ରାନ୍ତ ହେଉଛନ୍ତି ପିଲା; ଆଜି ୬୮୧ ସଂକ୍ରମିତରେ ଅଛନ୍ତି ୧୧୮ଜଣ

ଭୁବନେଶ୍ୱର,୪।୯(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୮୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବର୍ଗର ୧୧୮ ଆକ୍ରାନ୍ତ ଅଛନ୍ତି। ୬୮୧ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ରୁ ୩୯୮ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୨୮୩ ଲୋକାଲ କେସ ରହିଛି।

ନୂଆ ପଜିଟିଭ୍‌ଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୨୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଅନୁଗୋଳରୁ ୧୮, ବାଲେଶ୍ୱରରୁ ୩୪, ବରଗଡ଼ରୁ ୧୪, ଭଦ୍ରକରୁ ୯, ବୌଦ୍ଧରୁ ୩, କଟକରୁ ୧୦୧, ଦେବଗଡ଼ରୁ ୯, ଢେଙ୍କାନାଳରୁ ୧୯, ଗଞ୍ଜାମରୁ ୧୩, ଜଗତସିଂହପୁରରୁ ୧୯, ଯାଜପୁରରୁ ୩୩, ଝାରସୁଗୁଡ଼ାରୁ ୫, କଳାହାଣ୍ଡିରୁ ୪, କେନ୍ଦ୍ରାପଡ଼ାରୁ ୯, କେନ୍ଦୁଝରରୁ ୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାଛଡ଼ା କୋରାପୁଟରୁ ୩, ମାଲକାନଗିରିରୁ ୩, ମୟୂରଭଞ୍ଜରୁ ୨୭, ନବରଙ୍ଗପୁରରୁ ୧, ନୟାଗଡ଼ରୁ ୧୦, ପୁରୀରୁ ୨୬, ରାୟଗଡ଼ାରୁ ୫, ସମ୍ବଲପୁରରୁ ୧୦, ସୁବର୍ଣ୍ଣପୁରରୁ ୬, ସୁନ୍ଦରଗଡ଼ରୁ ୨୦ ଓ ଷ୍ଟେଟପୁଲ୍‌ରୁ ୪୮ ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୧୦ ହଜାର ୭୫୩କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୯,୯୫,୪୭୪ ଜଣ ସୁସ୍ଥ ହୋଇ ସାରିଥିବା ବେଳେ ୭୧୮୬ ଆକ୍ଟିଭ କେସ ରହିଛି ।